ବୁଲୁଛି ଲାଞ୍ଚ ଭିଡିଓ : ନବରଙ୍ଗପୁର ଆରଟିଓ କହୁଛନ୍ତି, ‘କାହାକୁ କେତେ ଦେଇଛୁ କହ ଫେରାଇଦେବୁ’

Published By : Prameya-News7 Bureau | February 22, 2020 IST

ନବରଙ୍ଗପୁର ୨୨।୨: ରାଜ୍ୟ ସରକାର ବିଭିନ୍ନ ବିଭାଗ ମାନଙ୍କରେ ସ୍ବଚ୍ଛତା ଆଣିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକମାନଙ୍କୁ ଠିକ୍ ଭାବରେ ଏବଂ ବିନା ଲାଞ୍ଚରେ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ 5-T ବ୍ୟବସ୍ଥା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପରିବହନ ବିଭାଗକୁ 5-Tରେ ସାମିଲ ମଧ୍ୟ କରିଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି ନବରଙ୍ଗପୁର ଜିଲ୍ଲାର ପରିବହନ ବିଭାଗରେ ।

ଗତ କିଛି ଦିନ ହେଲା ନବରଙ୍ଗପୁର ଆରଟିଓ ଗଣେଶ୍ବର କହଁର ଲାଞ୍ଚ ନେବାଭଳି ଗୋଟିଏ ଫଟୋ ଓ ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁ ଭିଡିଓରେ ଟଙ୍କା ଦେଇଥିବା ଯୁବକ ଜଣଙ୍କ ତା ପରିବାର ସହ ଆରଟିଓ ଅଫିସକୁ ଆସି ଆରଟିଓଙ୍କୁ ଚାକିରୀ କଲନାହିଁ ତ ଟଙ୍କା ଫେରାଇଦିଅ ବୋଲି ଯୁକ୍ତି କରୁଥିବାର ଦୃଶ୍ୟ ରହିଛି । ଆରଟିଓଙ୍କୁ ଟଙ୍କା ଦେଇଥିବା ଯୁବକ ନିଜେ ତାଙ୍କ ମୋବାଇଲରେ ଏହା ସୁଟିଂ କରିଛନ୍ତି।

ଏହି ଭିଡିଓଟିକୁ ନବରଙ୍ଗପୁରର ଜଣେ ଯୁବ ଆଇନଜୀବୀ ଇମ୍ରାନ ସାରିଫ ତାଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ କରି ଭାଇରାଲ କରିଛନ୍ତି । ଏହାପରେ ଏହି ଭିଡିଓଟି ଫେସବୁକ୍ ଏବଂ ହ୍ବାଟସଆପରେ ଘୁରି ବୁଲୁଛି । ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେବା ପରେ ସେହି କାର୍ଯ୍ୟ ନହେବା କାରଣରୁ ସେହି ଲୋକମାନେ ତାଙ୍କ ଅଫିସକୁ ଯାଇ କିଛି ଟଙ୍କା କଥା କହି ପାଟି ତୁଣ୍ଡ କରୁଥିବା ଭିଡିଓରୁ ଜଣାପଡୁଛି ।

ଭିଡିଓରେ ଡ୍ରାଇଭିଂ ଏବଂ ଲର୍ଣ୍ଣିଂ ଲାଇସେନ୍ସ କରିବା ସମୟରେ ଲୋକମାନଙ୍କଠାରୁ ଟଙ୍କା ଲାଞ୍ଚ ନେବା କଥା କୁହାଯାଇଥିବା ବେଳେ ୧୫ହଜାର ଏବଂ ୩୦ହଜାର ଟଙ୍କା ଫେରେଇବା ଭଳି କଥା ହେଉଥିବାର ଜଣାପଡିଛି । ତାଙ୍କ ଅଫିସରେ ୪ ରୁ ୫ ଜଣ ଲୋକଙ୍କ ସହିତ ଯୁକ୍ତିତର୍କ ହେବାଭଳି ମଧ୍ୟ ଜଣାପଡିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.