ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନା ପଜିଟିଭ୍

Published By : Prameya-News7 Bureau | September 04, 2020 IST

ନବରଙ୍ଗପୁର ୦୪।୦୯: ଦିନକୁ ଦିନ ସାଙ୍ଗାତିକ ଭାବେ ବଢିଚାଲିଛି କରୋନା ଭାଇରସ । ସାଧାରଣ ଲୋକ ପରେ ଏବେ ନେତା ମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହେଉଛନ୍ତି । ଏହିପ୍ରରିପେକ୍ଷୀରେ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନା ପଜିଟିଭ୍ । ଟୁଇଟ ଜରିଆ ଏହି ସୂଚନା ମିଳିଛି । ନିକଟରେ ତାଙ୍କ ସହ ମିଶିଥିବା ସମସ୍ତ ବ୍ୟକ୍ତିଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସେମାନଙ୍କୁ କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

wp:html /wp:html

ଏହାପୂର୍ବରୁ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂହ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.