ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଝାରସୁଗୁଡା : ଝାରସୁଗୁଡାରେ ୬ଟିକିଆ ହାତୀ ପଲ, ଜଗିଛନ୍ତି ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍
  • ||
  • ପାଟଣା : ହଷ୍ଟେଲରେ ପଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କଲେ ଯୁବକ, ଫାଟକରେ ତାଲା ପକାଇଲେ ଅଭିଭାବକ
  • ||
  • ଜଳେଶ୍ବର : ମହିଳାଙ୍କୁ କମେଣ୍ଟ ମାରି ଯୁବକ ହଟହଟା : ଚପଲରେ ମାଡ ଖାଇଲେ, କାନ ଧରି ଉଠବସ୍ ହେଲେ
  • ||
  • ସୁବର୍ଣ୍ଣପୁର : ବନ୍ଧାହେଲା ଦୁଇ ଲୁଟେରା, ଡିକି ଭାଙ୍ଗି ଲୁଟି ନେଇଥିଲେ ୨ ଲକ୍ଷ ଟଙ୍କା
  • ||
  • ବଲାଙ୍ଗୀର : କୋଚିଂ ସେଣ୍ଟରରେ ଚାଲିଥିଲା ନକଲି ସାର୍ଟିଫିକେଟ୍ ତିଆରି, ୮ ଅଭିଯୁକ୍ତ ଅଟକ
  • ||
  • ଭୁବନେଶ୍ବର : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍‌ଏଚ୍‌ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ
  • ||
  • ଦେବଗଡ : ବନ୍ଦ ଘରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ, ହନୁମାନ ଟଙ୍କା କାରବାରରେ ଗତବର୍ଷ ଧରାପଡିଥିଲେ ମୃତକ
  • ||
  • ବାରଙ୍ଗ : ପେଟରୁ ଅଣ୍ଡା କାଢିବା ବେଳେ ଆଖିବୁଜିଲା ଧଳା ମୟୁର
  • ||
  • ଟିଟିଲାଗଡ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?
  • ||
  • ବାଲିଗୁଡା: ନୀଳ ଜହରର ହବ୍ ପାଲଟିଛି ବାଲିଗୁଡା, ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||

ଆଶାକର୍ମୀଙ୍କ ନାଁରେ ସାଂଘାତିକ ଅଭିଯୋଗ : ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ସ୍ୱାମୀ, ଭିଡିଓ ଉତ୍ତୋଳନ କଲେ ସ୍ତ୍ରୀ

15/03/2023 at 8:18 AM

ନବରଙ୍ଗପୁର ୧୫।୦୩ : ନବରଙ୍ଗପୁର ଜିଲ୍ଲାରେ ଖାତିଗୁଡ଼ା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ସୈତାନ ସାଜିଲେ ଆଶା କର୍ମୀ । ଚିକିତ୍ସା କରିବାକୁ ନେବା ବାହାନାରେ ଗର୍ଭବତୀ ମହିଳାଙ୍କୁ ନିଜ ସ୍ୱାମୀଙ୍କ ଦ୍ୱାରା ଦୁଷ୍କର୍ମ ଅଭିଯୋଗ ଆସିଛି । ସେହି ସମୟରେ ଭିଡିଓ ମଧ୍ୟ ଉତ୍ତୋଳନ କରି ଭାଇରାଲ କରିଛନ୍ତି ଆଶା କର୍ମୀ । ଘଟଣାକୁ ନେଇ ଗର୍ଭବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଛି । ଆଶା କର୍ମୀ ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଖାତିଗୁଡ଼ା ଥାନାରେ ହୋଇଥିବା ଅଭିଯୋଗ ଆନୁସାରେ, ଜଣେ ପାଞ୍ଚ ମାସର ଗର୍ଭବତୀ ମହିଳାଙ୍କୁ ଚିକିତ୍ସା କରିଇବା ବାହାନାରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ନିଜ ପୁଅ ସହିତ ନେଉଥିଲେ ଆଶାକର୍ମୀ । ପୂର୍ବରୁ ଏକ ଛକରେ ଆଶା କର୍ମୀଙ୍କ ସ୍ୱାମୀ ଅପେକ୍ଷା କରିଥିଲେ । ପରେ ତାଙ୍କ ସ୍ୱାମୀଙ୍କ ସହ ଆଶା କର୍ମୀ ଗର୍ଭବତୀ ମହିଳାଙ୍କୁ ନେଇ ନବରଙ୍ଗପୁର ମେଡିକାଲ ଅଭିମୁଖେ ବାହାରିଥିଲେ । କିନ୍ତୁ ମେଡିକାଲ ନନେଇ ସହରରେ ଥିବା ଏକ ଘରକୁ ନେଇଥିଲେ । ସେଠାରେ ଆଶା କର୍ମୀଙ୍କ ସ୍ୱାମୀ ଉକ୍ତ ଗର୍ଭବତୀଙ୍କୁ ଦୁଷ୍କର୍ମ କରିଥିଲେ । ସେଠାରେ ଆଶା କର୍ମୀ ନିଜ ସ୍ୱାମୀଙ୍କ କଳାକାରନାମାକୁ ନିଜ ମୋବାଇଲ୍‌ରେ ଭିଡିଓ କରିଥିଲେ । ପରେ ଯଦି ଏହି ଘଟଣାକୁ ପରିବାର ଲୋକଙ୍କ ସମ୍ମୁଖରେ ପ୍ରଘଟ କରନ୍ତି । ତେବେ ଭିଡିଓ ଭାଇରାଲ କରିବାର ଧମକ ମଧ୍ୟ ଦେଇଥିଲେ ସ୍ୱାମୀ-ସ୍ତ୍ରୀ ।   

ତେବେ କିଛି ଦିନ ପରେ ଗର୍ଭବତୀ ଜଣଙ୍କ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବାରୁ ପରିବାର ଲୋକଙ୍କ ଆଗରେ ସମସ୍ତ ଘଟଣା ବାବଦରେ ଜଣାଇଥିଲେ । ଏନେଇ ପରିବାର ଲୋକ ଖାତିଗୁଡ଼ା ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଆଧାର କରି ପ୍ରଥମେ ପୀଡିତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣି ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖାତିଗୁଡ଼ା ପୋଲିସ ।

   Related Posts