ବର୍ଷା ସାଜିଲା ପ୍ରତିବନ୍ଧକ, ପହଞ୍ଚିପାରିଲେନି ଡାକ୍ତରୀ ଟିମ୍ ; ଏ କୂଳରୁ ସେ କୂଳକୁ ଫିଙ୍ଗାହେଲା ଔଷଧ

Published By : Prameya-News7 Bureau | August 08, 2022 IST

ନବରଙ୍ଗପୁର ୦୮।୦୮: ଲଗାଣ ବର୍ଷାରେ ବେହାଲ ଅଧାରାଜ୍ୟ । ଠପ୍ ହୋଇପଡିଛି ଜୀବନଯାତ୍ରା । କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ତ ଆଉ କେଉଁଠି ଘରେ ପଶିଛି ପାଣି । ଆହୁରି କେତେକ ସ୍ଥାନରେ ଭାସିଯାଇଛି କଲଭର୍ଟ । ସବୁଠୁ ବେଶି ପ୍ରଭାବିତ ହୋଇଛନ୍ତି ଗ୍ରାମାଞ୍ଚଳ ଲୋକେ । ଏହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ପାପଡାହାଣ୍ଡି ତୁଳସୀପଦରରେ ।

wp:html /wp:html

ଲାଗି ରହିଛି ଝିପି ଝିପି ବର୍ଷା । ବାଜୁଛି ସାଇରନ । ଡାକବାଜିରେ ଲୋକଙ୍କୁ ଡାକୁଛନ୍ତି ଡାକ୍ତରୀ ଟିମ୍ । କାରଣ ପ୍ରବଳ ସ୍ରୋତରେ ଭାସିଯାଇଛି ରାସ୍ତା ଓ ନାଳ ଏକାକାର । ପାଣିର ସ୍ରୋତ ପ୍ରଖର ଥିବାରୁ ଗାଁକୁ ଯିବା ମୁସ୍କିଲ । ତୁଳସୀପଦର ଗାଁକୁ ଔଷଧ ଦେଇ ସଚେତନ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଟିମ ଅଧାରାସ୍ତାରେ ଲୋକଙ୍କୁ ବାଣ୍ଟିଛନ୍ତି ଔଷଧ । ଏହି ଔଷଧ ଗୁଡିକୁ ଏକ ପଲିଥିନରେ ବାନ୍ଧି ଏକୂଳରୁ ସେ କୂଳକୁ ଫିଙ୍ଗିଥିଲେ । ଡାକବାଜିର ଶବ୍ଦ ଶୁଣି ଗ୍ରାମବାସୀ ବି ସେପଟୁ ଆସି ଫିଙ୍ଗା ଯାଇଥିବା ଔଷଧକୁ ଗୋଟାଇ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.