vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ପ୍ରେମିକ ସାଜିଲା ଦଲାଲ ! ବିବାହର ପ୍ରତିଶୃତି ଦେଇ ରଖିଲା ଶାରୀରିକ ସମ୍ପର୍କ, ପରେ ୭୦ ହଜାର ଟଙ୍କାରେ ଅନ୍ୟ ପୁରୁଷକୁ କରିଦେଲା ବିକ୍ରି

20/05/2022 at 1:16 PM

ନବରଙ୍ଗପୁର ୨୦।୦୫ : ହୋଲିରେ ଦେଖା, ଫେସବୁକ୍‌ରୁ କଥାବାର୍ତ୍ତା… ଆଉ ତାପରେ ବଢିଲା ସମ୍ପର୍କ। ଧୀରେ ଧୀରେ ଭଦ୍ରଚିତ କଥାବାର୍ତ୍ତାରୁ ଆରମ୍ଭ ହେଲା ଅଶ୍ଳୀଳ କଥାବାର୍ତ୍ତା। ବିବାହର ମିଥ୍ୟା ପ୍ରତିଶୃତି ଦେଇ ପ୍ରେମିକ ରଖିଲା ଶାରିରୀକ ସମ୍ପର୍କ। ଆଉ ମନ ଭରିଗଲା ପରେ ପ୍ରେମିକାକୁ ୭୦ ହଜାର ଟଙ୍କାରେ ପର ପୁରୁଷ ହାତରେ ଟେକିଦେଲା ପ୍ରେମିକ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁଜୁରାଟରୁ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ,  ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକର ଜଣେ ଯୁବତୀଙ୍କ ସହିତ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡାର ଅମିତ ତାଣ୍ଡି ନାମକ ଜଣେ ଯୁବକଙ୍କ ଦେଖା ହୋଇଥିଲା। ଯୁବକ ଜଣକ ଫେସବୁକ୍‌ରେ ସାଙ୍ଗ ହେବା ବାହାନାରେ ଯୁବତୀଙ୍କ ନାମ ଓ ଫୋନ୍ ନମ୍ବର ନେଇଥିଲେ। କିଛି ଦିନ ଫୋନ୍ ଯୋଗେ ଦୁହିଁଙ୍କ ମଧ୍ୟରେ ଭଦ୍ରଚିତ କଥାବାର୍ତ୍ତା ପରେ ଧୀରେ ଧୀରେ ଯୁବକ ଜଣଙ୍କ ଅଶ୍ଳୀଳ କଥାବାର୍ତ୍ତା କରିଥିଲେ । ଏହା ପରେ ମାର୍ଚ୍ଚ ୩୦ ତାରିଖ ସନ୍ଧ୍ୟାରେ ଅମିତ ତାଣ୍ଡି ଜଣେ ଅଜଣା ବ୍ୟକ୍ତି ସହିତ ମିଶି ଯୁବତୀଙ୍କ ଘରେ କେହି ନଥିବା ବେଳେ ତାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇଥିଲେ। ପରେ ବାହାର ଜାଗାକୁ ନେଇ ନିଜ ସମ୍ପର୍କୀୟ ଭଉଣୀ ବୋଲି ପରିଚୟ ଦେଇ ବିଭିନ୍ନ ହୋଟେଲ ଓ ଘରେ ରଖି ଧମକଚମକ ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ଯୁବତୀ ଜଣଙ୍କ ଯଦି ଏସମ୍ପର୍କରେ ନିଜ ପରିବାରକୁ ଜଣାଇବେ ତେବେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।

ଏପଟେ ଝିଅ ନିଖୋଜ ଥିବାରୁ ପରିବାର ଲୋକେ ଏପ୍ରିଲ ୨ ତାରିଖ ଦିନ ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଥିଲେ  । ଫଳରେ ଅମିତ ଯୁବତୀଙ୍କୁ ଧମକ ଦେଇ ତାଙ୍କ ପରିବାର ସହିତ କଥା କରାଇଥିଲେ। ଅମିତଙ୍କ ଈଶାରାରେ ଯୁବତୀ ଜଣଙ୍କ ଅମିତଙ୍କୁ ବିବାହ କରିସାରିଛନ୍ତି ବୋଲି ନିଜ ପରିବାର ଲୋକଙ୍କୁ କହିଥିଲେ।

ସେପଟେ ଯୁବତୀଙ୍କ ଉପରେ ଆରମ୍ଭ ହୋଇସାରିଥିଲା ନିର୍ଯାତନା। ଆରମ୍ଭ ହେଲା ଡିଲ୍। ବହୁ ଦିନ ଧରି ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ଅମିତ ତାଙ୍କୁ ଗୁଜୁରାଟ ନେଇ ସେଠାରେ ଭୂମି ଦିଦି ନାମ୍ନୀ ଏକ ମହିଳାଙ୍କ ନିକଟରେ ବିକ୍ରି ଦେଇଥିଲେ। ସେଠାରେ ଲାଲା ନାମକ ଜଣେ ବ୍ୟକ୍ତି ଯୁବତୀଙ୍କୁ ୭୦ ହଜାର ଟଙ୍କା ଦେଇ କିଣି ନେଇଥିଲେ। ଆଉ ଅମିତ ଯୁବତୀଙ୍କ ଫୋନ୍, ସୁନା, ଟଙ୍କା, ପାସବୁକ ଓ କାର୍ଡ ନେଇ ସେଠାରୁ ଉଭାନ ହୋଇଯାଇଥିଲା।

ଲାଲା ସେଠାରୁ ଯୁବତୀଙ୍କୁ ନିଜ ସହ ଘରକୁ ନେଇ ଯୌନ ନିର୍ଯାତନା ଦେଇଥିଲେ। ଆଉ ବିରୋଧ କରିବାରୁ ଟଙ୍କା ଦେଇ କିଣିଛି ବୋଲି କହି ଅଧିକାର ସାବ୍ୟସ୍ତ କରିଥିଲେ। ଲାଲା ପୂର୍ବରୁ ବିବାହିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ। ପରେ ପୀଡ଼ିତା ଭୂମି ଦିଦି ନିକଟରେ କାକୁତି ମୀନତି ହେବାରୁ ସେ ଫୋନ୍ ଯୋଗେ ପରିବାର ସହ କଥା କରାଇଦେବେ ବୋଲି କହିଥିଲେ।

ଘଟଣା କ୍ରମେ ଗୋଲମୁଣ୍ଡାର ଦୁଇ ଜଣ ମାରୱାଡି ମହିଳା ସେଠାକୁ ଆସି ଭୂମି ଦିଦିକୁ ୭୦ ହଜାର ଟଙ୍କା ଦେଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ପୀଡ଼ିତାଙ୍କୁ ମେ ୧୪ ତାରିଖରେ ପାପଡ଼ାହାଣ୍ଡି ଥାନାରେ ଆଣି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସମସ୍ତ ଅଭିଯୋଗ ପରେ ପାପଡାହାଣ୍ଡି ପୋଲିସ ଅଭିଯୁକ୍ତ ଅମିତକୁ  ଗିରଫ କରି ତାଠାରୁ ଝିଅର ସମସ୍ତ ଜିନିଷକୁ ଜବତ କରିଛି। ଦୋଷୀଙ୍କ ବିରୋଧରେ କଠିନରୁ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର।

   Related Posts