ଭାରତର ଏପରି ଗୋଟିଏ ଷ୍ଟେସନ ଅଛି ଯାହାର ଟିକେଟ କାଉଁଟର ଗୋଟେ ରାଜ୍ୟର ରହିଥିବା ବେଳେ ଷ୍ଟେସନ ମାଷ୍ଟର ବସନ୍ତି ଆଉ ଗୋଟେ ରାଜ୍ୟରେ…ଆସନ୍ତୁ ଜାଣିବା ସେହି ଷ୍ଟେସନ ବାବଦରେ

Published By : Prameya-News7 Bureau | December 07, 2018 IST

ନବାପୁର;୭/୧୨- ଭାରତରେଅନେକ ବିସ୍ମିତ ଜିନିଷ ଅଛି ଯାହା ଜାଣିଲେ ଆମେ କେବେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବା ନାହିଁ । ସେମିତିଏକ ବିସ୍ମିତ ହେବା ଭଳି ରେଳ ଷ୍ଟେସନ  ଆମ ଦେଶରେ ଅଛି। ଏହା ଏମିତି ଏକ ଷ୍ଟେସନ  , ଯେଉଁଠି  ଅଧା ଗୁଜୁରାଟ ଓ ଆଉ ଅଧା ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ। ଆହୁରି ମଜାଦାର କଥାହେଲା  ଦୁଇ ରାଜ୍ୟର ସୀମାରେଥିବା ଏହି ଷ୍ଟେସନରେ ଏକ ବେଂଚ ଅଛି ଯାହା ଅଧା ଗୁଜୁରାଟ ଓ ଅଧା ମହାରାଷ୍ଟ୍ରରେ ବି ରହିଛି ।

{"id":61821,"width":588,"height":440}

ଏମିତିକି ଟ୍ରେନ  ଯଦି  ସେହିଷ୍ଟେସନରେ ଅଟକେ ଅଧା ମହାରାଷ୍ଟ୍ର ଓ ଅଧା ଗୁଜରାଟରେ ରହେ । ଆହୁରି ମଧ୍ୟ ଟିକେଟଘରଟି ଏମିତିଭାବରେଅଛି ଯାହା ଷ୍ଟେସନର ଟିକେଟ କାଉଁଟର ମହାରାଷ୍ଟ୍ରରେ ହୋଇଥିବା ବେଳେ ଗୁଜୁରାଟରେ ବସିଥାନ୍ତି ଷ୍ଟେସନମାଷ୍ଟର । ଏହି ଷ୍ଟେସନଟି ଦୁଇରାଜ୍ୟରେ ଥିବା କାରଣରୁ ୪ଟି ଭାଷାରେ ଆନାଉଁସ କରିବାକୁ ପଡ଼ିଥାଏ ।ହିନ୍ଦି ଓ ଇଂରାଜୀରେ ସାଧାରଣତଃ ଆନାଉଁସ ହେଉଥିବା ବେଳେ ଦୁଇ ରାଜ୍ୟର ଆଂଚଳିକ ଭାଷା ଗୁଜୁରାତି –ମରାଠିରେମଧ୍ୟ କରାଯାଇଥାଏ ।

{"id":61820}

ଷ୍ଟେସନର ସୂଚନା ଫଳକରେ୪ଟି ଭାଷାରେ ମଧ୍ୟ ଲେଖାଯାଇଥାଏ । ସେଇ ଷ୍ଟେସନ ଭିତରେ ମଧ୍ୟ ଏପଟ ରାଜ୍ୟ ଲୋକ ସେପଟକୁ ,ସେପଟ ରାଜ୍ୟଲୋକ ଏ ପଟକୁ ପଳେଇଆସିଲେ ମୋବାଇଲରେ ରୋମିଂ ଆସିଯାଇଥାଏ ।

ଗୁଜୁରାଟ ଓ ମହାରାଷ୍ଟ୍ରସୀମାରେ ଥିବା ସେହି ନବାପୁର ଷ୍ଟେସନର ଲମ୍ବ ୮୦୦ମିଟର ଯାହା ମହାରାଷ୍ଟ୍ରରେ ୩୦୦ମିଟର ରହିଥିବାବେଳେଗୁଜୁରାଟରେ ୫୦୦ମିଟର ଅଛି । ଏହି ଷ୍ଟେସନର ପୋଲିସ ଥାନା ,କେଟେରିଙ୍ଗ ,ଟିକେଟ କାଉଁଟର ମହାରାଷ୍ଟ୍ରରେ ରହିଥିବା ବେଳେ ଷ୍ଟେସନ ମାଷ୍ଟର କାର୍ଯ୍ୟାଳୟ ,ପାଣି ଟାଙ୍କି,ଓ୍ଵେଟିଙ୍ଗ ରୁମ ଗୁଜୁରାଟରେ ଅଛି ।

ସବୁଠାରୁ ବଡ଼ ମଜାଦାର କଥାହେଲା ଗୁଜୁରାଟରେ ମଦ ବିକ୍ରି ବନ୍ଦ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ଗୁଟଖା ବିକ୍ରି ମଧ୍ୟ ବନ୍ଦକରାଯାଇଛି । ହେଲେ ଗୁଟଖା ବିକିବାବାଲା ଯଦି ଭୁଲରେ ମହାରାଷ୍ଟ୍ର ସୀମା ଭିତରକୁ ଚାଲିଯାଏ ତାକୁ ଆଇନଅନୁସାରେ ଦୋଷୀ ସାବ୍ୟସ୍ତ ହୁଏ । ଠିକ ସେହିପରି ଗୁଜୁରାଟ ଭିତରକୁ ଯଦି ବି କେହି ଭୁଲରେ ମଦ ଧରିପଳେଇଆସେ ,ସେ ବି ଦଣ୍ଡିତ ହୁଏ ।

{"id":61817,"width":590,"height":308}

ଏହି ଷ୍ଟେସନ ଦେଇ ୨୦୦ ଟ୍ରେନଚଳାଚଳ କରୁଥିବା ବେଳେ ୭୦ଟି ଟ୍ରେନ ଷ୍ଟପେଜ କରିଥାଏ । ବଡ଼କଥା ହେଲା ସ୍ଵଚ୍ଚ ଅଭିଯାନରେ ଅନେକଥରଏହି ଷ୍ଟେସନକୁ ପୁରସ୍କାର ବି ମିଳିଛି ।

{"id":61816,"width":589,"height":490}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.