ଚଣ୍ଡିଖୋଲ, ୧୩/୧୦: ପ୍ରାଇସ୍-ପ୍ରେଷ୍ଟିଜ୍-ପେନସନ୍ ଦାବିରେ ବିଭିନ୍ନ ସମୟରେ ଆନ୍ଦୋଳନ କରୁଥିବା ନବ ନିର୍ମାଣ ସଙ୍ଗଠନ ଏବେ ରାଜଧାନୀରେ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତ ହୋଇଛି । ଯାଜପୁର ଜିଲ୍ଲା ଧାନମଣ୍ଡଳ ରେଳ ଷ୍ଟେସନରେ ଏକାଠି ହୋଇଛନ୍ତି ଏହାର ସଦସ୍ୟ। ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ଉପ-ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର ଆଲୋଚନା କରି ଭୁବନେଶ୍ଵର ଅଭିମୁଖେ ଆସୁଥିବା ଶୋଭାଯାତ୍ରାକୁ ଅଟକାଇବା ପାଇଁ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହେଇଛି। ଅନ୍ୟପଟେ ଜିଲ୍ଲା ପୋଲିସ ପକ୍ଷରୁ ବଡ଼ଚଣା, ଧର୍ମଶାଳା, ବାଲିଚନ୍ଦ୍ରପୁର, ବଇରୀ ପ୍ରଭୃତି ଥାନାର ଅଧିକାରୀମାନେ ଘଟଣସ୍ଥଳରେ ଉପସ୍ଥିତ ଥିବାବେଳେ ଅତିରିକ୍ତ ଏସ୍ପି ନାରାୟଣ ଚନ୍ଦ୍ର ବାରିକ ଉପସ୍ଥିତ ରହି ନବନିର୍ମାଣ କୃଷକ ସଙ୍ଗଠନର ଗତିବିଧି ଉପରେ ନଜର ରଖିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ,...
![Mamata_mohan](https://api-news7.prameyanews7.com/prameya/document/compress/2/comp_2_175_1722072771347.webp)