ସାମାନ୍ୟ ବଚସାରୁ ୧୬ ବର୍ଷର ନାବାଳିକାକୁ ବିଭତ୍ସ ହତ୍ୟା, ୪୦ ଥର ଛୁରାମାଡ ସହ ପଥରରେ ଛେଚିଲା ପ୍ରେମିକ
29/05/2023 at 3:07 PM

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ନାବାଳିକାକୁ ବୀଭତ୍ସ ହତ୍ୟାକାଣ୍ଡ । CCTV ରେ କଏଦ ହୋଇଛି ଲୋମଟାଙ୍କୁରା ହତ୍ୟାକାଣ୍ଡର ଭିଜୁଆଲ୍ । ରାଜଧାନୀର ଶାହବାଦ ଡାଏରୀ ଇଲାକାରେ ସାହିଲ ନାମରେ ଯୁବକ ଜଣେ ୧୬ବର୍ଷୀୟ ନାବାଳିକାକୁ ଛୁରୀ ମାରି ଚାଲିଛି । ଥରେ ଦୁଇ ଥର ନୁହେଁ, ୪୦ ଥର ଛୁରୀ ଭୂଷିବା ପରେ ପଥର ଛେଚି ହତ୍ୟା କରିଛି । ସେପଟେ ହତ୍ୟା ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ସିସିଟିଭି ଫୁଟେଜ୍ ରେ ଦେଖିବାକୁ ମିଳୁଛି ଦୁହିଁଙ୍କ ଭିତରେ କିଛି ଯୁକ୍ତିତର୍କ ହୋଇଥିଲା । ଗଳି ମୁଣ୍ଡରେ ନାବାଳିକାକୁ ଯୁବକ ଜଣକ ଅଟକାଇଥିଲା । ଏହାପରେ ଅଚାନକ ଛୁରୀ ମାରି ଚାଲିଥିଲା । ପାଖରେ ଥିବା ଲୋକ ସବୁ ଦେଖୁଥିଲେ କିନ୍ତୁ କେହି ଅଟକାଉ ନଥିଲେ । ଅତି ନିର୍ଦ୍ଦୟ ଭାବରେ ଯୁବକ ଜଣକ ନାବାଳିକାଙ୍କୁ ଛୁରୀ ମାରୁଥିଲେ । ପ୍ରଥମେ ପ୍ରଥମେ ହାତକୁ ଅଟକାଉଥିବା ନାବାଳିକା ଧୀରେ ଧୀରେ ତଳେ ଲୋଟି ପଡିଥିଲେ । ତେବେ ଏତିକିରେ ଯେମିତି ଯୁବକ ଜଣଙ୍କର ମନ ବୁଝିନଥିଲା ।
#WATCH | A 16-year-old girl was stabbed 40-50 times and then was hit by a stone multiple times after which she died. All this has been captured on CCTV. Several people saw this but did not pay heed. Delhi has become extremely unsafe for women and girls. I appeal to the central… pic.twitter.com/PI2lXM6CRj
— ANI (@ANI) May 29, 2023
ନାବାଳିକା ଜଣକ ତଳେ ପଡିଯିବା ପରେ ଯୁବକ ଜଣକ ଏକ ବଡ଼ ପଥରରେ ଛେଚି ମାରି ଦେଇଥିଲା । ଖବର ମିଳିବା ମାତ୍ରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ତଦନ୍ତରୁ ଜଣା ପଡିଛି, ନାବାଳିକାଙ୍କୁ ଯୁବକ ଜଣକ ଜାଣିଥିଲା । ଯୁବକ ଉପରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ବାତୀ ମାଲିୱାଲ୍ ପୋଲିସକୁ ନୋଟିସ୍ ଦିଆଯିବ ବୋଲି କହିଛନ୍ତି ।