ଅମାନୁଷିକ କାଣ୍ଡ: ୫ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | February 28, 2020 IST

କେନ୍ଦ୍ରାପଡ଼ା ୨୮/ ୦୨ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଂଚଳରେ ଘଟିଛି ଏକ ଅମାନୁଷିକ ଘଟଣା । ଜଣେ ଯୁବକ ପଡୋଶୀ ପରିବାରର ଜଣେ ୫ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ , ନାବାଳିକା ଜଣକ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ଜଣକ ଏପରି କାଣ୍ଡ କରିଛି । ଏହି ଘଟଣା ପରେ ଫେରାର୍‌ ହୋଇଯାଉଥିବା ସଂପୃକ୍ତ ଯୁବକକୁ ଗାଁ ଲୋକେ ଧରି ଖୁଣ୍ଟରେ ବାନ୍ଧି  ନିସ୍ତୁକ ମାଡ଼ ମାରିଛନ୍ତି । ହେଲେ ଯୁବକଙ୍କ ପରିବାର ଲୋକ ସେହି ଯୁବକକୁ ଜୋର ଜବରଦସ୍ତ ଗାଁ ଲୋକଙ୍କ କବଳରୁ ଛଡ଼ାଇନେଇଛନ୍ତି । ଥାନାରେ ଏ ନେଇ ଅଭିଯୋଗ ହୋଇଛି ।

ଖବର ପାଇ  ପଟ୍ଟାମୁଣ୍ଡାଇ  ଆଇଆଇସି  ରାକେଶ କୁମାର ତ୍ରିପାଠୀ  ଟିମ୍‌ ସହ ପହଁଞ୍ଚି  ଘଟଣାର ତଦନ୍ତ  ଚଳାଇଛନ୍ତି । ପୁଲିସ୍‌ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇ ପଚରାଉଟରା କରୁଛି। ଖବର ପାଇ ଜିଲ୍ଲା ଶିଶୁ  ମଙ୍ଗଳ କମିଟି ଅଧ୍ୟକ୍ଷା  ମଧ୍ୟ ମେଡିକାଲରେ ପହଁଞ୍ଚି  ତଦନ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.