ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲେ ଜଣେ ଯୁବତୀ, କୋର୍ଟ ଶୁଣାଇଲେ ୧୦ ବର୍ଷ ଜେଲ ଦଣ୍ଡ

Published By : Prameya-News7 Bureau | February 20, 2020 IST

ରାୟପୁର୨୦|୦୨: ଆଶ୍ଚର୍ଯ୍ୟ କିନ୍ତୁ ସତ ଆଉ ସାଂଘାତିକ । ଜଣେ ନାବାଳିକାକୁ ଅପହରଣ ସହ ଅଟକ ରଖି ଜୋରଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ରଖିବା ମାମଲାରେ ଜଣେ ଯୁବତୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସଂପୃକ୍ତ ଦୋଷୀ ଯୁବତୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।ଘଟଣାଟି ଛତିଶଗଡ଼ ରାଜ୍ୟର ରାୟପୁର ଅଞ୍ଚଳରେ ଘଟିଛି । ମାମାଲାର ଶୁଣାଣୀ କରି ରାୟପୁରର ଏକ ଅଦାଲତ ସଂପୃକ୍ତ ଯୁବତୀଙ୍କୁ ଦଣ୍ଡିାଦେଶ ଶୁଣାଇଛନ୍ତି ।

ମାମାଲାର ବିବରଣୀରୁ ପ୍ରକାଶ, ୨୦୧୭ ମସିହା ଜୁନ୍‌ ୮ ତାରିଖରେ ଛତିଶଗଡର ରାୟପୁର ଅନ୍ତର୍ଗତ ଗୁଢିଆରୀ ଅଞ୍ଚଳରେ ରହୁଥିବା ଜଣେ ନାବାଳିକାଙ୍କୁ ଖମରତାଇରେ ରହୁଥିବା ରାନୁ ସେନ୍ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା।ନାବାଳିକା ଜଣକୁ ବଳ ପୂର୍ବକ ଅଟକ ରଖିଥିଲା ରାନୁ ସେନ୍ ।  ଜୁଲାଇ ୩  ତାରିଖ ପର୍ଯ୍ୟନ୍ତ ନାବାଳିକା ଜଣକୁ ପୁଲଗାମରେ ରଖିଥିଲା ରାନୁ । କେବଳ ରଖି ନଥିଲା, ନାବାଳିକା ଜଣଙ୍କ ସହ ଯୋର ଜବରଦସ୍ତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା ରାନୁ ସେନ୍‌।  ପୀଡିତାଙ୍କ ପିତା ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୀଡିତାଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ନାବାଳିକାଜଣଙ୍କ ତାଙ୍କ ମାଉସୀଙ୍କ ଘରକୁ ଯିବା ପାଇଁ ଘରୁ ବାହାରିଥିଲେ। କିନ୍ତୁ ସେ ସେଠାରେ ପହଞ୍ଚିନଥିଲେ। ଏପରିକି ନିଜ ଘରକୁ ମଧ୍ୟ ସେ ଫେରି ନଥିଲେ। ଏନେଇ ଗୁଢିୟାରୀ ଥାନାରେ ଅଭିଯୋଗ ଭିତ୍ତିରେ ପୋଲିସ ରାନୁକୁ ଗିରଫ କରିଥିଲା।

ରାୟପୁରର ପାଷ୍ଟଟ୍ରାକ କୋର୍ଟରେ ଏହି ମାମଲାର ଶୁଣାଣୀ ହୋଇଥିଲା। ଫାଷ୍ଟଟ୍ରାକ କୋର୍ଟରେ ଶୁଣାଣି ସମୟରେ ଯୁବତୀ( ରାନୁ)ଙ୍କ ବିରୋଧରେ ସମସ୍ତ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇଥିଲା। ଏହାପରେ କୋର୍ଟ ବୁଧବାର ଅର୍ଥାତ ଫେବ୍ରୁଆରୀ ୧୯ ତାରିଖରେ ରାୟ ଶୁଣାଇଛନ୍ତି।ଦୋଷୀ ଯୁବତୀଙ୍କ ବିରୋଧରେ ଧାରା ୩୭୭ ଅନୁସାରେ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ । କୋର୍ଟହ୍କ ନିର୍ଦ୍ଦେଶ ଅନୁସାରେ ଦୋଷୀ ଯୁବତୀଙ୍କୁ ଅପହରଣ, ବଳ ପୂର୍ବକ ଅଟକ ଏବଂ ଦୁଷ୍କର୍ମ ଅଭିଯୋଗରେ ଦଣ୍ଡ ଭୋଗିବାକୁ ହେବ । ଏହି ଦୋଷରେ  ଯୁବତୀଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି ପାଷ୍ଟଟ୍ରାକ୍‌ କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.