କନ୍ଧମାଳ୨୫/୧୨: ନାବାଳିକାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଫୁଲବାଣୀ କୁମ୍ଭାର ପଡା ସାହିରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଗତ ନଭେମ୍ବର ମାସ ୨୮ ତାରିଖରେ ଏହି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ମୁତାବକ, ନାବାଳିକା ଜଣଙ୍କ ନିଜ ସାଙ୍ଗ ଘରକୁ ଫୁଲବାଣୀ ଆଇଟିଆଇ ନିକଟସ୍ଥ ସାହିକୁ ଗଲା ବେଳେ ଅଗସ୍ତି ବେହେରା ଏବଂ ସୁରତ ବେହେରା ନାମକ ଦୁଇଜଣ ବ୍ୟକ୍ତି ସ୍କୁଟିରେ ଆସି ପହଞ୍ଚିଥିଲେ।
ସ୍କୁଟିରେ ବସାଇ ତାଙ୍କୁ ଛାଡି ଦେବେ ବୋଲି କହିଥିଲେ। ସେ ବିଶ୍ବାସ କରି ସେହି ଗାଡିରେ ଯାଇଥିଲେ। ଯିବା ବାଟରେ ଜଙ୍ଗଲରେ ତାଙ୍କୁ ଦୁଷ୍କର୍ମ କରି ନିକଟସ୍ଥ ଆଇଟିଆଇ ଜଙ୍ଗଲରେ ଛାଡି ଚାଲି ଯାଇଥିବା ପୀଡିତା କହିଛନ୍ତି। ଏହି ଘଟଣା ସଂପର୍କରେ ନାବାଳିକାର ବାପା ଜାଣିବା ପରେ ଗତକାଲି ଫୁଲବାଣୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଏକ ମାମଲା ରୁଜୁ କରି ଫୁଲବାଣୀ ଟାଉନଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ସଂପୃକ୍ତ ଥିବା ସେହି ଅଞ୍ଚଳର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ କୁମ୍ଭାର ପଡାର ଅଗସ୍ତି ବେହେରା ଏବଂ ସୁରତ ବେହେରା। ଟାଉନଥାନା ପୋଲିସ ଅଭିଯୁକ୍ତ ୨ ଜଣଙ୍କୁ ଡାକ୍ତରୀ ମାଇନା ଲାଗି ଆଜି ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ପଠାଇଛି।