ଝାରସୁଗୁଡା ୨୯।୧: ଝାରସୁଗୁଡା ଜିଲ୍ଲାରେ ଲଜ୍ଜା । ବ୍ରଜରାଜନଗର ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଅଭିଯୁକ୍ତ ଜଣେ ୨୬ ବର୍ଷୀୟ ଯୁବକ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟାରେ ଶିଶୁ କନ୍ୟା ନିଜ ଭାଇ ସହ ଘରେ ଥିବାବେଳେ ବୋଉ ଡାକୁଛନ୍ତି କହି ଭାଇକୁ ବାହାରକୁ ଯିବା ପାଇଁ କହି ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ। ପରିବାର ଲୋକେ ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା କରିଥିବା ଜଣାପଡ଼ିଛି। ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।