ଋଷିକୁଲ୍ୟା ନଦୀରେ ଭାସିଗଲେ ୨ ନାବାଳକ, ଗାଧୋଇବାକୁ ଯାଇ ବୁଡିଗଲେ

Published By : Prameya-News7 Bureau | October 25, 2022 IST

ପୁରୁଷୋତ୍ତମପୁର ୨୫/୧୦: ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ଜଣ ନାବାଳକ । ଏଭଳି ଦୁଃଖଦ ଘଟଣା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର ଗ୍ରାମରେ ଘଟିଛି । ଘଟଣାସ୍ଥଳ ଅଗ୍ନିଶମ ବାହାିନୀ ପହଞ୍ଚି ଥିବା ବେଳେ ନିଖୋଜ ୨ପିଲାଙ୍କୁ ଖୋଜା ଖୋଜି ଆରମ୍ଭ କରିଛି । ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ବିଡିଓ ଏବଂ ଅତିରିକ୍ତ ତହସିଲଦାର ପହଞ୍ଚିଥିବା ସୂଚନା ମିଳିଛି । ପାଣିରେ ବୁଡି ନିଖୋଜ ୨ ଜଣ ପିଲାଙ୍କ ମଧ୍ୟରୁ ଜଣେ ୧୦ ବର୍ଷର କାହ୍ନୁ ମହାନ୍ତି ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ପିଲାର ପରିଚୟ ମିଳିପାରିନାହିଁ ।

ସୂଚନା ଅନୁଯାୟୀ, ଆଜି ସକାଳେ ୨ ଜଣ ନାବାଳକ ଋଷିକୁଲ୍ୟା ନଦୀରେ ଗାଧୋଇବାକୁ ଆସିଥିଲେ । ତେବେ ଗାଧୋଇବା ବେଳେ ନଦୀ ସୁଅରେ ଭାସିଯାଇଥିବା ଜଣାପଡିବା ପରେ ଗ୍ରାମବାସୀ ଅଗ୍ନିଶମ ଟିମ୍‌କୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଉଦ୍ଧାର କାରୀ ଟିମ୍ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ବିଡିଓ ଏବଂ ଅତିରିକ୍ତ ତହସିଲଦାର ଉପସ୍ଥିତ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.