ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%

Published By : Prameya-News7 Bureau | May 16, 2021 IST

ଭୁବନେଶ୍ୱର,୧୬/୦୫:  ପାରା ଧରିବାକୁ ଯାଇ ବିଦ୍ୟୁତ ତାର ଲାଗି ଜଳିଗଲା ଶିଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ରେଳ ଷ୍ଟେସନରେ ।

ସୂଚନା ଅନୁସାରେ, ଜଣେ ନାବାଳକ ଷ୍ଟେସନରେ ଥିବା ଓଭରବ୍ରିଜ ଉପରେ ଚଢି ପାରା ଧରୁଥିଲା । ଏହି ସମୟରେ ଟ୍ରେନ ଉପରେ ଲାଗିଥିବା ହାଇ ଭୋଲଟେଜ କରେଣ୍ଟ ଲାଗି ସେ ପୋଡି ହୋଇ ତଳେ ପଡିଗଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ନାବାଳକ ଜଣଙ୍କ ଶରୀରର ୯୦ ପ୍ରତିଶତରୁ ଅଧିକ ପୋଡି ହୋଇଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.