ମଧୁସୂଦନ ସେତୁରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ଜନ୍ମ ପରେ ଫୋପାଡି ଦେଇଥିବା ସନ୍ଦେହ

Published By : Prameya-News7 Bureau | September 10, 2022 IST

ଚୌଦ୍ଵାର ୧୦/୦୯: ଚୌଦ୍ୱାର ନୂଆପାଟଣା ମଧୁସୂଦନ ସେତୁର ତଳ ପଠାରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର । ନବଜାତ ଶିଶୁଟି ଛଟପଟ ହେଉଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ ।

ତେବେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନକୁ ସ୍ଥାନନ୍ତରିତ କରାଯାଇଛି । ତେବେ ନବଜାତ ଶିଶୁ ପୁତ୍ରଟି ମହାନଦୀ ପଠାକୁ କିଭଳି ଆସିଲା ତାହା ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ତେବେ କିଏ କାହିଁକି ଏଭଳି ଶିଶୁ ପୁତ୍ରଟିକୁ ମହାନଦୀ ପଠାରେ ପକାଇ ଦେଇ ଯାଇଛି ତାହା ଏବେ ସନ୍ଦେହ ଘେରରେ ।

ବହୁ ଅଭିଯୋଗ ପରେ ଆଜି ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଘଟଣା ସ୍ଥଳକୁ ଆସିବା ପରେ ଲୋକେ ଆଜି ଉତ୍ତ୍ୟକ୍ତ ହୋଇ ତାଙ୍କୁ ଅଟକ ରଖିଦେଲେ । ହେଲେ ସେ କେବଳ ଅଭିଯୋଗ ଶୁଣି ଆସିଛନ୍ତି । ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି ତେଣୁ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.