ଯୌତୁକ ଜୁଈରେ ଜଳିଲା ଜୀବନ ! ବର୍ଷେ ବି ବିତିଲାନି ସଂସାର

Published By : Prameya-News7 Bureau | November 12, 2022 IST

କାଲିମେଳା ୧୨।୧୧ : ଯୌତୁକ ଜୁଇରେ ଜଳିଲା ଜୀବନ । ବର୍ଷ ଟିଏ ବିତିବା ପୂର୍ବରୁ ଆଖିବୁଜିଦେଲା ନବବଧୂ । ସାତ ମାସରେ ଭାଙ୍ଗିଗଲା ଦେଖିଥିବା ସ୍ୱପ୍ନର ମହଲ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଏମ୍‌ପିଭି-୩୨ ଗାଁରୁ ଆସିଛି ଏମିତି କିଛି ଘଟଣା।

ଖବର ଅନୁଯାୟୀ,ଏମ୍‌ପିଭି-୩୨ ଗାଁର ସ୍ୱର୍ଗତ ଅଧିର ବୈରାଗୀଙ୍କୁ ପୁଅ ଅଜୟ ବୈରାଗୀଙ୍କୁ ଏମ୍‌ପିଭି ୪୨ ଗ୍ରାମର କାକଲି ବିଶ୍ଵାସଙ୍କ ଝିଅ ପିନାକୀ ବିଶ୍ୱାସୀଙ୍କ ବିବାହ ହୋଇଥିଲା । ବୈଦିନ ରୀତିନୀତିରେ ବିବାହ ସଂପନ୍ନ ହୋଇଥିଲା । କିନ୍ତୁ ବିବାହର କିଛି ଦିନ ପରେ ଆରମ୍ଭ ହୋଇଥିଲା ବିବାଦ । ବାରମ୍ବାର ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଇଆସୁଥିବା ଅଭିଯୋଗ ଆସିଥିଲା । ଏହିକ୍ରମରେ ଏବେ ପିନାକୀ ବିଶ୍ୱାସଙ୍କର ମୃତ୍ୟୁ ହୋଇଛି । କୌଣସି ରୋଗ ନଥିବା ବେଳେ ତାଙ୍କର ମୃତ୍ୟୁ କିପରି ହେଲା , ସେନେଇ ଅନେକ ପ୍ରଶ୍ନ ଉଠୁଛି ।

ସେପଟେ ପରିବାର ଲୋକ ଆଣିଛନ୍ତି ପରିବାର ଲୋକେ । ନବ ବିବାହିତା ପିନାକୀ ବିଶ୍ୱାସଙ୍କ ବେକରେ ଦାଗ ରହିଥିବାରୁ କାଲିମେଳା ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ l ଘଟଣାସ୍ଥଳରେ କାଲିମେଳା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.