ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଆଡକୁ ବଢୁଛି ନବନିର୍ମାଣ କୃଷକ ସଂଗଠନ ରାଲି; ସରକାର ନ ଶୁଣିଲେ ଘେରାଉ ହେବ ନବୀନ ନିବାସ

Published By : Prameya-News7 Bureau | October 15, 2022 IST

ଚୌଦ୍ୱାର ୧୫/୧୦/୨୨: କୃଷି ଜାତ ଦ୍ରବ୍ୟର ଉଚିତ ମୂଲ୍ୟ, କୃଷକକୁ ସମ୍ମାନ ଓ ଅବସରକାଳୀନ ଭତ୍ତା ଦାବିରେ ନବନିର୍ମାଣ କୃଷ ସଂଗଠନ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷୀମାରଣା ନୀତିକୁ ବିରୋଧ କରି ସଂଗଠନ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି।

ଭଦ୍ରକ ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି ୧୬ନଂ ଜାତୀୟ ରାଜପଥ ଟାଙ୍ଗୀ ଠାରେ ପହଞ୍ଚିଛି।  ଏହି ପଦଯାତ୍ରାରେ ଶହଶହ ଚାଷୀ ଯୋଗ ଦେଇଥିଲେ। ଚାଷୀଙ୍କ ସମାବେଶ ଯୋଗୁ ସୁରକ୍ଷା ପାଇଁ ପୁଲିସ ଆବଶ୍ୟକ ପଦକ୍ଷପ ଗ୍ରହଣ କରିଛି।

କେନ୍ଦ୍ର ଓ ରାଜ୍ୟ ବିରୋଧରେ ବିକ୍ଷୋଭ କରି ଭୁବନେଶ୍ୱର ଆଡ଼କୁ ମାଡ଼ିଆସୁଥିବା ଏହି କୃଷକଙ୍କ ପଦଯାତ୍ରା ଆସନ୍ତା ୧୯ ତାରିଖ ଦିନ ଭୂବନେଶ୍ୱରରେ ପହଞ୍ଚିବ। ରାଜଧାନୀରେ ପହଞ୍ଚିବା ପରେ ବିଧାନସଭା ଘେରାଉ କରି ଦାବି ଉଠାଇବେ ଚାଷୀ। ସରକାର ଯଦି ଦାବୀଗୁଡ଼ିକ ପୂରଣ ନ କରନ୍ତି ତେବେ ନବୀନ ନିବାସ ଘେରାଉ କରିବା ପାଇଁ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ନବନିର୍ମାଣ ରାଜ୍ୟ ମହିଳା ସଂଗଠନର ମଧୁସ୍ମିତା ସାମଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.