ସୁନା କଳସ ଦେବା ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ରାଜ୍ୟବାସୀଙ୍କ ପାଇଁ ମାଗିଲି ଆର୍ଶିବାଦ

Published By : Prameya-News7 Bureau | January 23, 2023 IST

ସମ୍ୱଲପୁର ୨୩/୦୧: ମହାରାଷ୍ଟ୍ର ଶନି ମନ୍ଦିରରେ ସୁନା କଳସ ଦେବା ଘଟଣାରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ୨୧୫ ତମ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଖିଣ୍ଡା ଠାରେ ଏହି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ।

wp:html /wp:html

ସେ କହିଛନ୍ତି ତ୍ରିବେଣୀ ଅମାବାସ୍ୟାରେ ଦାନ କଲେ ଉନ୍ନତି ହୋଇଥାଏ । ସେଥିପାଇଁ ମୁଁ ମୋ ଖୁସିରେ ଦାନ କରିଛି । ମୋ ଦାନ କରିବାରେ ରହିଛି ଅନେକ କିଛି ମହତ୍ତ୍ୱ । ମୁଁ ରାଜ୍ୟବାସୀଙ୍କ ଖୁସି ମାଗିଛି । ଏହାସହ ରାଜ୍ୟବାସୀଙ୍କ ସେବା ପାଇଁ ଶକ୍ତି ଦିଅନ୍ତୁ ବୋଲି ସେ ଶନିଦେବଙ୍କୁ ଆଶିଷ ମାଗିଥିବା କହିଛନ୍ତି । ଆଗରୁ ମଧ୍ୟ ମୁଁ ଅନେକ ଟକା ଦାନ କରିଥିବା ମନ୍ତ୍ରୀ ନବ ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.