ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ ନବ ଦାସ : ଝାରସୁଗୁଡାକୁ କମର୍ସିୟାଲ ସିଟି ଅଫ ଓଡିଶାର ମାନ୍ୟତା ଦାବି କଲେ ନବ

Published By : Prameya-News7 Bureau | January 24, 2019 IST

ଝାରସୁଗୁଡା ୨୪/୧ : ୨୦୧୯ ଲୋକସଭା ନିର୍ବାଚନକୁ ନେଇ ଜମୁଛି ରାଜନୀତି | ପ୍ରତ୍ୟେକ ଦଳ ନିଜ ନିଜର ଦବଦବା ଜାହିର କରୁଛନ୍ତି | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଗସ୍ତରେ ଯାଇଥିଲେ | ଏହି ଅବସରରେ ନିକଟରେ କଂଗ୍ରେସ ଛାଡିଥିବା ବିଧାୟକ ନବ ଦାସ ଆଜି ବିଜେଡିରେ ଯୋଗ ଦେଇଛନ୍ତି | କଂଗ୍ରେସ ଛାଡିବା ପରେ ବିଜେଡିରେ ଯୋଗଦେବେ ବୋଲି ଘୋଷଣା କରିଥିଲେ ନବ ଦାସ |

{"id":77516}

ଝାରସୁଗୁଡାରେ ୪ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିଜେଡିରେ ଯୋଗଦେଇଛନ୍ତି ନବ ଦାସ | ବିଜେଡିରେ ମିଶିବା ପରେ ନବ ଦାସ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାରେ ବିକାଶ କରିବେ | ଝାରସୁଗୁଡା ଜିଲ୍ଲାରେ ଡବଲ ମେନ ରୋଡ଼ ନିର୍ମାଣ କରିବେ | କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ସମସ୍ତ ଜନସମାବେଶରେ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଛନ୍ତି । ଝାରସୁଗୁଡାରେ ଲକ୍ଷ ଲକ୍ଷ ଲୋକଙ୍କ ସମାବେଶ ହୋଇଛି ବୋଲି ସେ କହିଥିଲେ | ନବ ଦାସ କହିଥିଲେ ଯେ, ତାଙ୍କ ସହ, ସମାବେଶରେ ଉପସ୍ଥିତ ସମସ୍ତ ଜନତା ଆଜି ବିଜେଡି ଦଳରେ ଯୋଗ ଦେଇଛନ୍ତି | ଆସନ୍ତା ଦିନରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ଜୟଗାନ ଆଜିଠାରୁ ଆରମ୍ଭ ହୋଇଛି ବୋଲି ସେ କହିଥିଲେ |

{"id":77517}

ଝାରସୁଗୁଡାରେ ଆଜି ନବୀନ ବିଜୟର ବିଗୁଲ ବଜେଇଛନ୍ତି ବୋଲି ନବ କହିଛନ୍ତି | ଝାରସୁଗୁଡ଼ାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ନିଜର ଦାବି ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିଲେ | ନୂତନ ଝାରସୁଗୁଡା ନିର୍ମାଣ, ମେଡିକାଲ କଲେଜ, ଝାରସୁଗୁଡା ସହରରେ ଏମ୍ସ ନିର୍ମାଣ ଏବଂ ଝାରସୁଗୁଡାକୁ କମର୍ସିୟାଲ ସିଟି ଅଫ ଓଡିଶାର ମାନ୍ୟତା ଦାବି କରିଥିଲେ ନବ ଦାସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.