ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି

Published By : Prameya-News7 Bureau | January 29, 2023 IST

ଝାରସୁଗୁଡ଼ା ୨୯।୦୧ : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ଗୁଳିମାଡ଼ ହୋଇଛି । ଯେଉଁଥିରେ ନବ ଦାସଙ୍କ ଛାତିରେ ମାଡ଼ ହେଇଛି ଗୁଳି । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରବିବାର ଦିନ ଝାରସୁଗୁଡ଼ା ସ୍ଥିତ ବ୍ରଜରାଜନଗର ଗାନ୍ଧି ଛକରେ ଥିବା ବିଜେଡି କାର୍ଯ୍ୟାଳୟର ଉଦଘାଟନ କରିବାକୁ ଯାଉଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଦୁର୍ବୃତ୍ତ ୪ରୁ ୫ ରାଉଣ୍ଡ ଗୁଳିମାଡ଼ କରିଛନ୍ତି । ଯେଉଁଥିରେ ନବ ଦାସ ଘଟଣାସ୍ଥଳରେ ହିଁ ପଡ଼ିଯାଇଥିଲେ । ପରେ ସେଠାରୁ ନବ ଦାସଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ମିଳିଥିବା ସୂଚନାଅନୁସାରେ, ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିବା ଜଣେ ପୋଲିସର ଅଧିକାରୀଙ୍କ ବନ୍ଧୁକରୁ ଗୁଳିମାଡ ହୋଇଛି । ହେଲେ କିଏ ଗୁଳିମାଡ଼ କରିଛି । ଏନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ । ଗୁଳିମାଡ଼ ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.