Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ମିଳୁନି ସୁରାକ୍, ଗୋପାଳକୁ ମାରାଥନ ଜେରା ପରେ ବି ଖୋଲିନି ଗୁମର

6/02/2023 at 8:51 AM

ଝାରସୁଗୁଡା ୦୬/୦୨: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା ୯ ଦିନରେ ପହଂଚିଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ASI ଗୋପାଳ ଦାସକୁ ପୋଲିସ ଗିରଫ କରିଥିଲେ ହେଁ ସେ କାହଁକି ଓ କେଉଁ ଉଦ୍ଦେଶ୍ୟରେ ହତ୍ୟା କରିଛି ତାହା ଜଣାପଡିନାହିଁ l ଫଳରେ ଏହି ମର୍ଡର ମିଷ୍ଟ୍ରିର ରହସ୍ୟ ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ୯ଦିନ ହେଲାଣି ଦିନ ରାତି ଏକ କରିଛି ।

ଅଭିଯୁକ୍ତ ASI ଗୋପାଳ ଦାସକୁ ଘନଘନ ଜେରା କରିବା ସହ ସେ ଦେଉଥିବା ତଥ୍ୟ ଓ ସ୍ଥାନଗୁଡ଼ିକୁ ଯାଞ୍ଚ କରି ପ୍ରମାଣ ଯୋଗାଡୁଛି କ୍ରାଇମବ୍ରାଞ୍ଚ । ଶନିବାର କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ଝାରସୁଗୁଡାରେ ପହଂଚିଥିଲେ ଗୋପଳକୁ ଜେରା କରିବା ପାଇଁ । ଝାରସୁଗୁଡା OSAP 2ND ବାଟାଲିଅନ ପରିସରରେ ଅଭିଯୁକ୍ତ ଗୋପାଳ ଦାସକୁ ଜେରା ଜାରି ରହିଛି ।

ଗୋପାଳର ମାନସିକ ସ୍ଥିତି ଆକଳନ କରିଛନ୍ତି ମାନସିକ ବିଶେଷଜ୍ଞ ଡାକ୍ତରୀ ଦଳ । ଏ ସମସ୍ତ ପ୍ରକ୍ରିୟାର ବିଡିଓ ରେକଡ଼ିଂ ମଧ୍ୟ କରାଯାଇଛି । ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି କୁ ଆହୁରି ଭଲ ଭାବରେ ଯାଞ୍ଚ କରିବା ପାଇଁ ବେଙ୍ଗଲୁରୁର ନିମହାନ୍ସ(ନେସନାଲ୍ ଇନଷ୍ଟିଚ୍ୟୁଟ ଅଫ ହେଲଥ ଏଣ୍ଡ ମେଣ୍ଟାଲ ସାଇନ୍ସ) ରୁ ଏକ ବିଶେଷଜ୍ଞ ଦଳ ଝାରସୁଗୁଡା ଆସିବେ । ଅନ୍ୟପଟେ ଗୋପାଳର ଏଲଭିଏ ଟେଷ୍ଟ ଏବଂ ସାଇକୋଲୋଜିକାଲ ଏସଏସମେଣ୍ଟ କରାଯାଇଛି ।

ଦିଲ୍ଲୀରୁ ଆସିଥିବା CFSL ନିର୍ଦେଶିକା ଡ଼. ଆଶା ଶ୍ରୀବାସ୍ତବଙ୍କ ନେତୃତ୍ୱରେ ତାଙ୍କର ଏକ ବିଶେଷଜ୍ଞ ଦଳ ଏହି ଉଭୟ ଟେଷ୍ଟ କରିଛି । କ୍ରାଇମବ୍ରାଞ୍ଚ ଏ ସମସ୍ତ ତଥ୍ୟକୁ ଆଧାର କରି ଗୋପାଳର କ୍ଵାଟର ରୁ ମିଳିଥିବା ତଥ୍ୟ, ବିମାନ ବନ୍ଦର ଥାନ ପାଇଖାନା ଟାଙ୍କିରୁ ମିଳିଥିବା ଗୋପାଳର ହାତ ଲେଖା ଚିଠି ଟୁକୁଡା, ଗାନ୍ଧୀଛକ ଫାଣ୍ଡିରେ ଥିବା ଗୋପାଳ କାରରୁ ମିଳିଥିବା ଡ଼ାଏରୀ, ଗୋପାଳର ବୟାନ ଆଦିକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି ।

ଆହୁରି ଅଧିକ ପଢନ୍ତୁ…..

   Related Posts