ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8/02/2023 at 8:58 AM

ବ୍ରହ୍ମପୁର ୦୮।୦୨ : ଗୋପାଳଙ୍କ ପରିବାରକୁ ପୁଣି ଜେରା । ନବଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ପରିବାର ଲୋକଙ୍କୁ ପୁଣି ଜେରା କଲା କ୍ରାଇମବ୍ରାଞ୍ଚ । ବିଳମ୍ବିତ ରାତିରେ ଜଳେଶ୍ବର ସ୍ଥିତ ପୈତୃକ ଘରେ ପଚରାଉଚରା କରାଯାଇଛି । ଏଥିରେ ଗୋପାଳଙ୍କ ପୁତୁରାକୁ ମଧ୍ୟ ଜେରା କରାଯାଉଛି । ବ୍ରହ୍ମପୁରରେ ପୂର୍ବରୁ ମଧ୍ୟ ତଦନ୍ତ କରିବା ସହ ଗୋପାଳର ପତ୍ନୀ ପରିବାର ସଦସ୍ୟ ଓ ପଡୋଶୀଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ।
ସୂଚନାଯୋଗ୍ୟ ଯେ, ନବ ଦାସ ହତ୍ୟା ମାମଲାରେ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ । ମଙ୍ଗଳବାର ଅଭିଯୁକ୍ତ ଗୋପାଳକୁ ଧରି କ୍ରାଇମ୍ସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମବ୍ରାଞ୍ଚ । କିପରି ଓ କେଉଁଭଳି ଗୋପାଳ ନବ ଦାସଙ୍କୁ ଗୁଳି ମାରିଥିଲା । ସେନେଇ ଡେମୋ ଦେଖାଇଥିଲା ଗୋପାଳ । ଯାହାକୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତନତନ କରି ଯାଞ୍ଚ କରିଥିଲେ ଆଉ ପରଖିଥିଲେ ।