ନବ ଦାସ ହତ୍ୟା ମାମଲା, ପୁଣି ରିମାଣ୍ଡରେ ଯିବେ ଅଭିଯୁକ୍ତ ଗୋପାଳ
5/02/2023 at 10:19 AM

ଝାରସୁଗୁଡ଼ା ୦୫।୦୨ : ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ପୁଣି ରିମାଣ୍ଡରେ ଯିବେ । ଅଭିଯୁକ୍ତକୁ ଆଉ ୪ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ । ଆସନ୍ତା ୮ତାରିଖ ଯାଏ କ୍ରାଇବ୍ରାଞ୍ଚ ରିମାଣ୍ଡ ପାଇଁ ଝାରସୁଗୁଡା JMFC କୋର୍ଟ ଅନୁମତି ଦେଇଛନ୍ତି ।
ତେବେ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ। ଅଧିକ ତଦନ୍ତ ପାଇଁ ପୁଣି ଥରେ ଗୋପାଳକୁ ରିମାଣ୍ଡରେ ଆଣି ଜେରା କରିବ କ୍ରାଇମବ୍ରାଞ୍ଚ । ଛାନଭିନ୍ ଚାଲିଥିବା ବେଳେ କ୍ରାଇମ ସ୍ପଟକୁ ଯିବେ ବୋଲି କହିଛନ୍ତି ତଦନ୍ତର ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେପି ଦାସ ।
ତଦନ୍ତ କେତେ ବାଟ ଆଗେଇଛି ସେ ନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଗତକାଲି ଜଷ୍ଟିସ ଜେପି ଦାସଙ୍କୁ ତାଙ୍କ ବାସଭବନରେ ଭେଟି ଅବଗତ କରାଇଛନ୍ତି । ଆଲୋଚନା ପରେ ଜଷ୍ଟିସ୍ ଦାସ କହିଛନ୍ତି, କ୍ରାଇମବ୍ରାଞ୍ଚ୍ ଯାହା ତଦନ୍ତ କରିଛି, ସେ ନେଇ ଏଡିଜି ଅରୁଣ ବୋଥ୍ରା ତାଙ୍କ ସହ ଆଲୋଚନା କରିଛନ୍ତି। ଆଉ ଯେଉଁ ଦିଗକୁ ତଦନ୍ତ କରିବାର ଆବଶ୍ୟକ ରହିଛି ତାହା ମୁଁ ତାଙ୍କୁ କହିଛି। ଖୁବ୍ ଶୀଘ୍ର ଝାରସୁଗୁଡ଼ା କ୍ରାଇମସ୍ପଟ୍ କୁ ଯିବି ।