ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ନେଇ ଚାଞ୍ଚଲ୍ୟ, ଗାନ୍ଧି ଛକରେ ବାଜିଲା ପୋଲିସ ଗୁଳି
29/01/2023 at 1:10 PM

ଝାରସୁଗୁଡ଼ା ୨୯।୦୧ : ବ୍ରଜରାଜନଗର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା । ଏହି ଘଟଣାଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଥିବା ବେଳେ ଘଟଣା ନୂଆ ମୋଡ ନେଇଛି। ମନ୍ତ୍ରୀଙ୍କୁ ଗୁଳି ମାରିବା ପଛରେ ଜଣେ ପୋଲିସ ଅଧିକାରୀଙ୍କ ହାତ ରହିଥିବା ଏସ୍ଡିପିଓ କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏଏସଆଇ ଜଣଙ୍କ ତାଙ୍କ ସର୍ଭିସ ରିଭଲଭରୁ ୪ ରାଉଣ୍ଡ ଗୁଳି କରିଛନ୍ତି। ଗୁଳି ନବ ଦାସଙ୍କ ବାମ ଛାତିରେ ମାଡ ହୋଇଛି। ASI ଗୋପାଳ ଦାସ ଗୁଳି କରିଛନ୍ତି । ତେବେ ଏଏସଆଇ ଜଣକ କ’ଣ ପାଇଁ ଗୁଳି କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ରବିବାର ଦିନ ଝାରସୁଗୁଡ଼ା ସ୍ଥିତ ବ୍ରଜରାଜନଗର ଗାନ୍ଧି ଛକରେ ଥିବା ବିଜେଡି କାର୍ଯ୍ୟାଳୟର ଉଦାଘାଟନ କରିବାକୁ ଯାଉଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଦୁର୍ବୃତ୍ତ ୪ରୁ ୫ ରାଉଣ୍ଡ ଗୁଳିମାଡ଼ କରିଛନ୍ତି । ଯେଉଁଥିରେ ନବ ଦାସ ଘଟଣାସ୍ଥଳରେ ହିଁ ପଡ଼ିଯାଇଥିଲେ । ପରେ ସେଠାରୁ ନବ ଦାସଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।