ଗୋପାଳ ଦାସ ଓ ପତ୍ନୀଙ୍କୁ ମୁହାଁମୁହିଁ ଜେରା, କିଛି ସମୟ ପରେ ହେବ କ୍ରାଇମ୍ ସିନ୍ ରିକ୍ରିଏସନ୍
7/02/2023 at 3:02 PM

ଝାରସୁଗୁଡ଼ା ୦୭।୦୨ : ନବ ଦାସ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ସହ ତାଙ୍କ ପତ୍ନୀଙ୍କୁ ମୁହାଁମୁହିଁ ଜେରା । କ୍ରାଇମବ୍ରାଞ୍ଚ ପକ୍ଷରୁ ଉଭୟଙ୍କୁ ମୁହାଁମୁହିଁ ଚାଲିଛି ଜେରା । ଓଏସ୍ଏପିର ୨ୟ ବାଟାଲିୟନ୍ ପରିସରରେ ଚାଲିଛି ଜେରା । ଆଉ କିଛି ସମୟ ମଧ୍ୟରେ କ୍ରାଇମ ସ୍ପଟରେ ହେବେ କ୍ରାଇମ୍ ସିନ୍ ରିକ୍ରିଏସନ ।
ସୂଚନାଯୋଗ୍ୟ ଯେ, ନବ ଦାସ ହତ୍ୟା ମାମଲା। ଆଜି ଝାରସୁଗୁଡା ଯିବେ ଜଷ୍ଟିସ ଜେ.ପି ଦାସ । ଅପରାହ୍ନରେ ଭୁବନେଶ୍ବର ଏୟାରପୋର୍ଟରୁ ଝାରସୁଗୁଡା ଯିବେ। ଆସନ୍ତାକାଲି ଘଟଣାସ୍ଥଳରେ ତଦାରଖ କରିଵେ ଜଷ୍ଟିସ । ଜଷ୍ଟିସ ଦାସଙ୍କ ତତ୍ତ୍ବାବଧାନରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ଆଜି ପୋଲିସ ଡିଜି ସୁନୀଲ ବଂଶଲ ଏବଂ ଆଇନଶୃଙ୍ଖଳା ଏଡିଜି ଆର.କେ ଶର୍ମା ମଧ୍ୟ ଝାରସୁଗୁଡା ଯିବେ ।
ଅନ୍ୟପଟେ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଝାରସୁଗୁଡାରେ ପହଁଞ୍ଚିଲେ ନିମହାନ୍ସ ଟିମ୍। ବେଙ୍ଗାଳୁରୁରୁ ଆସିଥିବା ମାନସିକ ବିଶେଷଜ୍ଞ ମାନେ ଗୋପାଳକୁ କାଉନସେଲିଂ କରିବେ। ଗୋପାଳ ଦାସକୁ ଲଗାତର ଭାବେ ସପ୍ତମ ଦିନ ଜେରା କରୁଛି କ୍ରାଇମବ୍ରାଞ୍ଚ। OSAP ସେକେଣ୍ଡ ବାଟାଲିଅନ ପରିସରରେ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୩ ଜଣ ଡିଏସ୍ ପି ଓ ଇନିସ୍ପେକ୍ଟର ଙ୍କ ସହ CFSL ଟିମ୍ ର ସଦସ୍ୟ ମାନେ ଜେରାରେ ସାମିଲ ହୋଇଛନ୍ତି। ଗୋପାଳର LVA ଟେଷ୍ଟ ଓ ସାଇକୋଲଜିକାଲ ଅସେସମେଣ୍ଟ ଟେଷ୍ଟ ଚାଲିଛି । CFSL ଡାଇରେକ୍ଟର ଆଶା ଶ୍ରୀବାସ୍ତବ ନିଜେ ଏହି ଦୁଇଟି ପରୀକ୍ଷା କରୁଛନ୍ତି।