ନବ ଦାସ ହତ୍ୟା ମାମଲା, ଗୋପାଳ ଦାସକୁ କରାଯାଉଛି LVA ଟେଷ୍ଟ
6/02/2023 at 2:23 PM

ଝାରସୁଗୁଡ଼ା ୦୬।୦୨ : ନବ ଦାସ ହତ୍ୟା ମାମଲାରେ ତନାଘନା। ନବ ଦାସଙ୍କୁ ହତ୍ୟା କରିବା ପଛରେ ପ୍ରକୃତ ରହସ୍ଯ କଣ, ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ବ୍ଯାପକ କରିଛି। ଅଭିଯୁକ୍ତ ଗୋପାଳ ଦାସ କେତେ ପାଗଳ, ତାର ମାନସିକ ସ୍ଥିତି କଣ ଥିଲା, ସେନେଇ ଚାଲିଛି ତାର ପରୀକ୍ଷା ନିରୀକ୍ଷା ଏବଂ ମାନସିକ ବିଶ୍ଳେଷଣ। ଗୋପାଳ ଦାସର କରାଯାଉଛି LVA ଟେଷ୍ଟ ଓ ସାଇକୋଲୋଜିକାଲ ଆସେସମେଣ୍ଟ ଟେଷ୍ଟ। CFSL ନିର୍ଦ୍ଦେଶକ ଆଶା ଶ୍ରୀବସ୍ତାବ ନିଜେ ଏହି ଦୁଇଟି ଯାକ ପରୀକ୍ଷା କରୁଛନ୍ତି।
ଖବର ଅନୁଯାୟୀ, ଗୋପାଳ କ୍ରାଇମବ୍ରାଞ୍ଚକୁ ଦେଉଥିବା ବୟାନ ଆଧାରରେ କରାଯାଉଛି LVA ଟେଷ୍ଟ। ତାର ବୟାନରେ କେତେ ସତ ରହିଛି ତାହା ଜାଣିବାକୁ ଉଦ୍ୟମ ଚାଲିଛି। ତଦନ୍ତ ବେଳେ ସମସ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡିଂ ମଧ୍ଯ କରାଯାଉଛି। ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗୋପାଳର ମାନସିକ ସ୍ଥିତି ଅନୁଧ୍ୟାନ କରି ଖୁବ ଶୀଘ୍ର ରିପୋର୍ଟ ଦେବ। NIMHANS ର ଏକ ବିଶେଷଜ୍ଞ ଟିମ ଝାରସୁଗୁଡା ଯାଇ ଗୋପାଳର ମାନସିକ ସ୍ଥିତି ନେଇ କରିବ ପରୀକ୍ଷା ନିରୀକ୍ଷା। ବିଭିନ୍ନ ଟିମର ଅନୁଧ୍ୟାନ ଓ ରିପୋର୍ଟକୁ ନେଇ କ୍ରାଇମ ବ୍ରାଞ୍ଚ ADG କରୁଛନ୍ତି ଅନୁଧ୍ୟାନ।
ତେବେ ଯାହା କୁହାଯାଉଛି କି, ନବ ଦାସଙ୍କ ସହ ଗୋପାଳର କୌଣସି ଶତ୍ରୁତା ନଥିଲା। କିନ୍ତୁ ସେ ତାଙ୍କୁ ଭଲ ପାଉନଥିଲା। ତେଣୁ ମଉକା ଖୋଜୁଥିଲା ଗୋପାଳ। ଦିନେ କି ଦୁଇ ଦିନ ନୁହେଁ, ଗତ ଚାରି ମାସ ଧରି ହତ୍ଯା କରିବାର ସୁଯୋଗ ଅପେକ୍ଷାରେ ଥିଲା। କେତେ ଥର ସୁଯୋଗ ପାଇଥିଲେ ମଧ୍ଯ ହାତ ଛଡ଼ା କରିଥିଲା। କାରଣ କେବେ କ୍ଲୋଜ୍ ରେଞ୍ଜରୁ ଗୁଳି ଚଳାଇବାକୁ ସୁଯୋଗ ମିଳିବ ସେ ଅପେକ୍ଷାରେ ଥିଲା। ଘଟଣା ଦିନ ସେ ନିଶ୍ଚିତ ହେବା ପରେ ଯାଇ ପିସ୍ତଲ ଖୋଲି ନବଙ୍କ ଛାତିକୁ ଟାର୍ଗେଟ୍ କରିଥିଲା।