ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ସୁପାରି ନା ବ୍ୟକ୍ତିଗତ ରାଗ ? ନବ ଦାସଙ୍କ ମୃତ୍ୟୁ ଛାଡିଗଲା ଅନେକ ପ୍ରଶ୍ନ…

30/01/2023 at 8:37 AM

ଭୁବନେଶ୍ୱର ୩୦।୦୧ : ନବ ଦାସଙ୍କ ମୃତ୍ୟୁ ଛାଡିଯାଇଛି ଅନେକ ପ୍ରଶ୍ନ । ଏହି ହତ୍ୟାକାଣ୍ଡ ପଛର କାରଣକୁ ନେଇ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ଜଣେ ପୋଲିସ ଅଧିକାରୀ  କିପରି ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଗୁଳି କରିପାରେ ? ତାହା ପୁଣି ସର୍ବସାଧାରଣରେ ?  ଏପରି ସବୁ ଅନେକ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ।

ଖବର ଅନୁଯାୟୀ, ସମୟ ରବିବାର ଅପରାହ୍ନ । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ନିଜ ସମର୍ଥକଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଏହି ସମୟରେ ଗାନ୍ଧି ଛକ ଫାଣ୍ଡିରେ ନିୟୋଜିତ ଥିବା ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ହଠାତ୍‌ ମନ୍ତ୍ରୀଙ୍କ ଗାଡି ପାଖକୁ ଆସିଥିଲେ । ସମସ୍ତଙ୍କ ସହ ଭଲରେ କଥା ମଧ୍ୟ ହେଉଥିଲେ । ହେଲେ ହଠାତ୍‌ ବନ୍ଧୁକ କାଢି କିଛି ଦୂରରେ ରହିଛି  ନବ ଦାସଙ୍କୁ ଗୁଳି କରିଥିଲେ । ଗୁଳିମାଡ ପରେ ନବ ଦାସ୍‌ ଘଟଣାସ୍ଥଳରେ ଟଳିପଡିଥିଲେ ।

ଏହାପରେ ସମର୍ଥକ ଓ ସୁରକ୍ଷାକର୍ମୀମାନେ ନବ ଦାସଙ୍କୁ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ହେଲେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ବି ବଞ୍ଚିପାରିନଥିଲେ ନବ ଦାସ ।

ଏହି ହତ୍ୟାକାଣ୍ଡ ପଛରେ କାରଣ ଖୋଜିବାରେ ଲାଗିପଡିଛି କ୍ରାଇମବ୍ରାଞ୍ଚ ।   ଜଣେ ପୁଲିସ ଏଏସ୍‌ଆଇ କେଉଁ କାରଣରୁ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଆଗେଇ ଗଲେ । ଏହାର ବିଭିନ୍ନ ଦିଗକୁ ନେଇ ତର୍ଜମା ଚାଲିଛି । ଏହି ଘଟଣା ପାଇଁ ସଂପୃକ୍ତ ପୁଲିସ୍‌ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ କାହାରିଠୁ ସୁପାରି ନେଇଥିଲେ ନା ତାଙ୍କର ବ୍ୟକ୍ତିଗତ ରାଗ ଥିଲା ତାହାକୁ ନେଇ ବି ଚର୍ଚ୍ଚା ଜୋର ଧରିଛି ।

ତେବେ  ସଂପୃକ୍ତ ପୁଲିସ୍‌ ଏଏସ୍‌ଆଇ ଗାନ୍ଧୀଛକ ଫାଣ୍ଡିରେ ପ୍ରାୟ ଦୁଇ ବର୍ଷ ହେବ ଫାଣ୍ଡି ଅଧିକାରୀ ରହିଥିଲେ । ପୂର୍ବରୁ ସେ ବଡ଼ମାଲ ଥାନା, କୋଲାବିରା ଥାନା, ଝାରସୁଗୁଡ଼ା ଥାନା ଆଦିରେ କାର୍ଯ୍ୟ କରିସାରିଛନ୍ତି । ଯଦିଓ ସେ ଜଣେ ମାନସିକ ରୋଗୀ ଥିଲେ ବୋଲି ତାଙ୍କର ପତ୍ନୀ ଗୁଳିକାଣ୍ଡ ଘଟଣା ପରେ ଗଣମାଧ୍ୟମକୁ କହିଛନ୍ତି, ହେଲେ ତାଙ୍କର କାର୍ଯ୍ୟକଳାପରୁ ସେଭଳି କିଛି ଲକ୍ଷଣ ସାଧାରଣ ଲୋକେ ଜାଣି ପାରୁ ନ ଥିଲେ । ସେ ଅନ୍ୟମାନଙ୍କ ପରି ସ୍ୱାଭାବିକ ବ୍ୟବହାର ଦେଉଥିଲେ ।

ରବିବାର ଦିନ ଅପରାହ୍ନରେ ନିଜ ଝିଅଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଥିଲେ । ସେ ସ୍ୱାଭାବିକ ଭାବେ କଥାବାର୍ତ୍ତା ହୋଇଥିଲେ । ଆଉ ତାଙ୍କ ଭିତରେ କୌଣସି ପ୍ରକାର ମାନସିକ ଚାପ ସେମାନେ ଦେଖିବାକୁ ପାଇ ନ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

କେଉଁ କାରଣରୁ ଲୋକଙ୍କ ଭିଡ଼ ଭିତରେ ହତ୍ୟା କରିବାର ଦୁଃସାହାସ କଲେ ? ଏହା ପଛରେ ତାଙ୍କର ବ୍ୟକ୍ତିଗତ ରାଗ ନା ସେ କାହାରିଠାରୁ ମୋଟା ରକମ ନେଇ ସୁପାରି କିଲର ଭାବେ ଏହି  କାଣ୍ଡ ଭିଆଇଥିଲେ କି ?  

   Related Posts