ଗୁମର ଖୋଲିବ କ୍ରାଇମବ୍ରାଞ୍ଚ ! ଗୋପାଳ ଦାସର ମନସ୍ତାତ୍ତ୍ୱିକ ପରୀକ୍ଷା କରିବେ ୪ ଜଣିଆ ଟିମ୍
5/02/2023 at 2:07 PM

ଝାରସୁଗୁଡ଼ା ୦୫।୦୨: ନବଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଠାରୁ ଆହୁରି ଅଧିକ ଗୁମର ଖୋଲିବା ଲାଗି ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯକ୍ତ ଗୋପାଳ ଦାସର ମନସ୍ତାତ୍ତ୍ୱିକ ପରୀକ୍ଷା କରିବ ୪ ଜଣିଆ ଟିମ୍। ଏଥିପାଇଁ କଟକରୁ ୪ ଜଣ ମନସ୍ତତ୍ବବିତ ଝାରସୁଗୁଡା ଆସିଛନ୍ତି ।
ସେହିପରି ଏହାପୂର୍ବରୁ ଅଭିଯୁକ୍ତ ଗୋପାଳ ନିକଟରୁ ସତ ଜାଣିବା ପାଇଁ ଲେୟାର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ କରାଯାଇଛି। ଏହି ପଦ୍ଧତି ମାଧ୍ୟମରେ ଗୋପାଳଙ୍କ ସ୍ବରକୁ ଅନୁଧ୍ୟାନ କରାଯାଉଛି। ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା କହୁଥିବା ବେଳେ ଏହି ପଦ୍ଧତିରେ ସତର ଅନୁଧ୍ୟାନ କରାଯାଉଛି। ଏହି ଦୁଇଟି ପରୀକ୍ଷା ଦିଲ୍ଲୀର କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ଲାବରେଟୋରି ର ଟିମ୍ କରୁଛି । ଅଭିଯୁକ୍ତ ଗୋପାଳକୁ ଆଉ ୪ ଦିନ ରିମାଣ୍ଡରେ ନେଇ ଛାନଭିନ କରୁଛି କ୍ରାଇମବ୍ରାଞ୍ଚ ଟିମ।