ଇତିହାସ ରଚିଲା ଆରଆରଆର ଫିଲ୍ମ, ନାଟୁ ନାଟୁ ଗୀତକୁ ‘ଗୋଲ୍ଡେନ୍ ଗ୍ଲୋବ ୨୦୨୩’ ସମ୍ମାନ

Published By : Prameya-News7 Bureau | January 11, 2023 IST

ନୂଆଦିଲ୍ଲୀ: ସିମେନା ଘରରେ ଦକ୍ଷିଣ ଫିଲ୍ମର ଦବଦବା । ଇତିହାସ ରଚିଲା ଏସଏସରାଜା ମୌଲିଙ୍କ ଆରଆରଆର ଫିଲ୍ମ ଗୀତକୁ ମିଳିଲା ‘ଗୋଲ୍ଡେନ ଗ୍ଲୋବ ୨୦୨୩’ ଆଓ୍ବାର୍ଡ । ତେଲଗୁ ଗୀତ ନାଟୁ ନାଟୁକୁ ଶ୍ରେଷ୍ଠ ସମ୍ମାନ ମିଳିଛି । ବ୍ଲକବ୍ଲଷ୍ଟର ଆରଆରଆର ଫିଲ୍ମ ମଧ୍ୟ ‘ଗୋଲ୍ଡେନ୍ ଗ୍ଲୋବ ୨୦୨୩’ ପାଇଁ ମନୋନିତ ହୋଇଛି ।

୨୦୨୨ ମାର୍ଚ୍ଚ ମାସରେ ରିଲିଜ୍ ହୋଇଥିଲା ବ୍ଲକବ୍ଲଷ୍ଟର ଫିଲ୍ମ ଆରଆରଆର । କେବଳ ଦେଶ ଭିତରେ ବିଦେଶରେ ମଧ୍ୟ ଧମାଲ ମଚାଇଥିଲା ଏସଏସରାଜା ମୌଲିଙ୍କ ଏହି ଫିଲ୍ମ । ବକ୍ସ ଅଫିସରେ ୧୨୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା ଆରଆରଆର । ଏହି ଫିଲ୍ମ ‘ଗୋଲ୍ଡେନ୍ ଗ୍ଲୋବ ୨୦୨୩’ ମନୋନିତ ହୋଇଛି । ଏହି ଫିଲ୍ମର ତେଲଗୁ ଗୀତ ନାଟୁ ନାଟୁକୁ ଶ୍ରେଷ୍ଠ ଗୀତ ଭାବେ ମନୋନିତ ହୋଇ ‘ଗୋଲ୍ଡେନ୍ ଗ୍ଲୋବ ୨୦୨୩’ ସମ୍ମାନ ମିଳିଛି ।

wp:html /wp:html

ଗୋଲ୍ଡେନ୍ ଗ୍ଲୋବ ୨୦୨୩ ପୁରସ୍କାର ପାଇଁ ଆରଆରଆର ଫିଲ୍ମ ଦୁଇଟି ଶ୍ରେଣୀରେ ନାମାଙ୍କନ ହୋଇଥିଲା । ପ୍ରଥମରେ ସର୍ବଶ୍ରେଷ୍ଠ ବିନା ଇଂରାଜୀ ଭାଷା ଫିଲ୍ମ ଏବଂ ଦ୍ବିତୀୟରେ ଶ୍ରେଷ୍ଠ ସଙ୍ଗୀତ ଚଳଚ୍ଚିତ୍ର ଭାବେ ସାମିଲ ହୋଇଥିଲା  ।

ଏହି ଗୋଲ୍ଡେନ୍ ଗ୍ଲୋବ ଆଓ୍ବାର୍ଡ ସେରିମୋନିରେ ଆରଆରଆର ଫିଲ୍ମର ଟିମକୁ ଦେଖିବା ମିଳିଥିଲା । ନିର୍ଦ୍ଦେଶକ ଏସଏସରାଜା ମୌଲି ନିଜ ପରିବାର ସହିତ ପହଞ୍ଚିଥିଲେ । ଆରଆରଆର ଫିଲ୍ମ ଗତ ଦୁଇ ଦଶକର ସର୍ବଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର । ଏହା ପୂର୍ବରୁ ବିଦେଶୀ ଭାଷା ଶ୍ରେଣୀରେ 1988ରେ ସଲାମ ବମ୍ବେ ଏବଂ ସେହିପରି ୨୦୦୧ର ଫିଲ୍ମ ମନସୁନ ବୋଡିଂ ‘ଗୋଲ୍ଡେନ୍ ଗ୍ଲୋବ’ ଆଓ୍ବାର୍ଡ ପାଇଁ ମନୋନିତ ହୋଇଥିଲା । ଏସଏସରାଜା ମୌଲିଙ୍କ ଆରଆରଆର ଫିଲ୍ମ ବ୍ରିଟିଶ ସମୟର ରାଷ୍ଟ୍ରବାଦ ଓ ଭ୍ରଷ୍ଟାଚାରକୁ ନେଇ ଆଧାରିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.