ମଥୁରା –ଉତ୍ତର ପ୍ରଦେଶର ଶକ୍ତି ଓ ନଗର ଉନ୍ନୟନ ବିକାଶ ମନ୍ତ୍ରୀ ଏକେ ଶର୍ମା ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ୧୨୫ ୟୁନିଟ୍ ଯାଏ ମାଗଣା ବିଦ୍ୟୁତ୍ ଘୋଷଣାରେ କହିଛନ୍ତି ଯେ, ନା ବିଦ୍ୟୁତ୍ ଯୋଗାଇ ଦିଆଯିବ , ନା ବିଲ୍ ଆସିବ , ହୋଇଗଲା ବିଦ୍ୟୁତ୍ ମାଗଣା। ଆମେ ବିଦ୍ୟୁତ୍ ଦେଉଛୁ। ଏହାକୁ ନେଇ ଏବେ କଂଗ୍ରେସ କରିଛି କଟାକ୍ଷ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛି ଯେ, ଏହା ତ ଖେଳ ହୋଇଗଲା।
ୟୁପି ସରକାରର ଶକ୍ତି ଏବଂ ନଗର ଉନ୍ନୟନ ବିକାଶ ମନ୍ତ୍ରୀ ଏକେ ଶର୍ମା ଶନିବାର ଦିନ ମଥୁରାରେ ପହଞ୍ଚିଥିଲେ। ଏଠାରେ ସେ ଗଣମାଧ୍ୟମ ସହ ଭେଟ ହୋଇଥିଲେ। ଏହି ସମୟରେ ଜଣେ ସାମ୍ୱାଦିକ ପଚାରି ଥିଲେ ଯେ , ବିହାରରେ ବିଦ୍ୟୁତ୍ ମାଗଣା ହେବା କଥା କହାଯାଉଛି, ୟୁପିର କଣ ନମ୍ୱର ଆସିବ ? ଏହି ପ୍ରଶ୍ନରେ ଯୋଗୀଙ୍କ ମନ୍ତ୍ରୀ ଏକେ ଶର୍ମା କହିଥିଲେ , ବିହାରରେ ମାଗଣା ,କିନ୍ତୁ ବିଦ୍ୟୁତ୍ ଉପଲବ୍ଧ ହେଲେ ଏହା ମାଗଣା ହେବ ନାହିଁ। ବିଦ୍ୟୁତ୍ ନଆସିଲେ ତ ମାଗଣା ହିଁ କୁହାଯିବ। ନା ବିଦ୍ୟୁତ୍ ଆସିବ , ନା ବିଲ୍ ଆସିବ । ବିଦ୍ୟୁତ୍ ମାଗଣା ହୋଇ ଯାଇଛି। ଆମେ ବିଦ୍ୟୁତ୍ ଯୋଗାଇ ଦେଉଛୁ।
ବାସ୍ତବିକ କଥା ହେଲା , ବିହାର କ୍ୟାବିନେଟ୍ରେ ରାଜ୍ୟ ସାରା ଘରୋଇ ଉପଭୋକ୍ତାଙ୍କୁ ୧ ଅଗଷ୍ଟରୁ ପ୍ରତି ମାସ ୧୨୫ ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବାର ପ୍ରସ୍ତାବକୁ ଶୁକ୍ରବାର ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କ୍ୟାବିନେଟ୍ ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ରାଜ୍ୟର ସୂଚନା ଏବଂ ଜନସଂପର୍କ ବିଭାଗ (ଆଇପିଆରଡି) ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି , ରାଜ୍ୟ ସରକାର ଏହି ଉଦ୍ଦେଶ୍ୟ ପାଇଁ ବିହାର ରାଜ୍ୟ ପାୱାର ହୋଲ୍ଡିଂ କର୍ପୋରେସନ ଲିମିଟେଡ୍କୁ ବିଦ୍ୟୁତ୍ ବ୍ୟବହାର ଉପରେ ୩,୭୯୭ କୋଟି ଟଙ୍କାର ଅତିରିକ୍ତ ଦେୟ ଦେବ। ବିହାର ସରକାର ଘରୋଇ ଉପଭୋକ୍ତାଙ୍କୁ ଛାତ ଉପରେ ୧.୧ କିଲୋୱାଟ୍ କ୍ଷମତାର ସୌର ଶକ୍ତି କେନ୍ଦ୍ର (ସାଲାର ପାୱାପ ପ୍ଲାଣ୍ଟ) ସ୍ଥାପନ ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବେ।
VIDEO | Mathura: UP Energy and Urban Development Minister AK Sharma (@aksharmaBharat) on free electricity up to 125 units in Bihar, says, "Electricity is free in Bihar but it will be free only when it will be supplied... na bijli ayegi na bill ayega... free ho gayi. Hum bijli de… pic.twitter.com/aXAsIPN0uO
— Press Trust of India (@PTI_News) July 19, 2025
ବିହାର ସିଏମ୍ ୧୭ ଜୁଲାଇରେ ଘୋଷଣା କରିଥିଲେ ଯେ, ରାଜ୍ୟର ସବୁ ଘରୋଇ ଉପଭୋକ୍ତାଙ୍କୁ ୧ ଅଗଷ୍ଟରୁ ପ୍ରତି ମାସ ୧୨୫ ୟୁନିଟ୍ ଯାଏ ବିଦ୍ୟୁତ୍ ମାଗଣା ମିଳିବ। ଏହି ନିଷ୍ପତ୍ତିରେ ରାଜ୍ୟର ପ୍ରାୟ ୧.୬୭ କୋଟି ପରିବାର ଲାଭାନ୍ୱିତ ହେବାର ଆଶା ରହିଛି।