ଆମେରିକାକୁ ଛିଗୁଲେଉଛି ଉତ୍ତର କୋରିଆ: ଦକ୍ଷିଣ କୋରିଆ ସହ ସମରାଭ୍ୟାସ ବେଳେ କ୍ରୁସ୍ ମିଶାଇଲ ପରୀକ୍ଷଣ କଲା ପୋଙ୍ଗୟୋଙ୍ଗ

Published By : Prameya-News7 Bureau | August 17, 2022 IST

ସିଓଲ୍‌: ଆମେରିକାକୁ ଛିଗୁଲେଇବାର କୌଣସି ମଉକା ଛାଡ଼ୁନି ଉତ୍ତର କୋରିଆ। ଦକ୍ଷିଣ କୋରିଆ ଓ ଆମେରିକାର ସମରାଭ୍ୟାସ ଚାଲିଥିବା ଥିବା ବେଳେ ଉତ୍ତର କୋରିଆ ସମୁଦ୍ର ଭିତରେ ଦୁଇଟି ସିସାଇଲ୍ ପରୀକ୍ଷଣ କରିଛି। ଚଳିତ ମାସ ଆରମ୍ଭରୁ ଉତ୍ତର କୋରିଆର ଏହା ପ୍ରଥମ ପରୀକ୍ଷଣ ବୋଲି ଦକ୍ଷିଣ କୋରିଆ କହିଛି।

ବୁଧବାର ଦକ୍ଷିଣ କୋରିଆର ଜଣେ ସେନା ଅଫିସର ସୂଚନା ଦେଇ କହିଛନ୍ତି “ଆଜି ସକାଳେ ଅଙ୍କନରୁ ଦକ୍ଷିଣ ପୋଙ୍ଗାୟାଙ୍ଗ ଅଞ୍ଚଳର ପଶ୍ଚିମ ସମୁଦ୍ରକୁ ଉତ୍ତର କୋରିଆ ଦୁଇଟି କ୍ରୁସ ମିସାଇଲ୍ ପରୀକ୍ଷଣ କରିଥିବା ଆମେ ଚିହ୍ନଟ କରିଛୁ।” ଏହା ପୂର୍ବରୁ ଉତ୍ତର କୋରିଆ ଜୁଲାଇ ୧୦ ତାରିଖରେ ଶେଷ ଥର ପାଇଁ କିଛି ରକେଟ୍‌ ଲଞ୍ଚର ପରୀକ୍ଷଣ କରିଥିଲା।  ତେବେ ଜାନୁଆରୀ ମାସରେ କ୍ରୁସ୍ ମିଶାଇଲ ପରୀକ୍ଷଣ କରିଥିଲା।

ଆମେରିକା ଏବଂ ଦକ୍ଷିଣ କୋରିଆ ସେନା ଅଧିକାରୀ ଏହି କ୍ରୁସ୍ ମିଶାଇଲ ରେଞ୍ଜ୍ ଓ କ୍ଷମତା ବିଷୟରେ ଯାଞ୍ଚ କରୁଛନ୍ତି ବୋଲି ଏଫ୍‌ପି ନ୍ୟୁଜ୍‌କୁ ସୂଚନା ଦେଇଛନ୍ତି ଦକ୍ଷିଣ କୋରିଆ ସେନା ଅଫିସର। କରୋନା ଯୋଗୁ ବହୁଦିନ ଧରି ବନ୍ଦ ରହିଛି ‘ଉଲ୍‌ଚି ଫ୍ରିଡମ ଶିଲ୍ଡ’ ନାମକ ଫିଲ୍ଡ ଟ୍ରେନିଂ। ଏହା ପୁଣିଥରେ ଅଗଷ୍ଟ ୨୨ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ହେବ। ତା ପୂର୍ବରୁ ଏକ ୪ ଦିନିଆ ପ୍ରାରମ୍ଭିକ ସମରାଭ୍ୟାସ ଆରମ୍ଭ କରିଛନ୍ତି ଦକ୍ଷିଣ କୋରିଆ ଓ ଆମେରିକା। ଗତକାଲି ଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଆଜି ଉତ୍ତର କୋରିଆ ଦୁଇ ଦେଶକୁ ଚିଡ଼ାଇବାକୁ କ୍ରୁସ୍ ମିସାଇଲ୍ ପରୀକ୍ଷଣ କରିଛି।

ଏପଟେ ବୁଧବାର ଦକ୍ଷିଣ କୋରିଆ ରାଷ୍ଟ୍ରପତି ଭାବେ ୟୁନ ସୁକ ୟୋଲ୍‌ଙ୍କ କାର୍ଯ୍ୟକାଳକୁ ୧୦୦ଦିନ ଛୁଇଁଛି।  ୟୋଲ୍‌ କିନ୍ତୁ ଉତ୍ତର କୋରିଆ ପ୍ରତି ନରମ ମନୋଭାବ ପୋଷଣ କରିଛନ୍ତି। ଯଦି ଉତ୍ତର କୋରିଆ ପରମାଣ ପରୀକ୍ଷଣ ବନ୍ଦ କରେ ତେବେ ଦକ୍ଷିଣ କୋରିଆ ତାକୁ ଆର୍ଥିକ ସହଯୋଗ କରିବ ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.