ବାରମ୍ବାର ସାବୁନରେ ହାତ ଧୋଇଲେ ହେବନାହିଁ କରୋନା ! ଜାଣନ୍ତୁ କଣ ସତ କଣ ମିଛ

Published By : Prameya-News7 Bureau | April 24, 2020 IST

ଭୁବନେଶ୍ୱର ୨୪/୦୪ : କରୋନା ଭାଇରସକୁ ନାନା ତଥ୍ୟ ପ୍ରକାଶ ପାଉଛି | ଅନେକ ମିଥ୍ୟା ତଥ୍ୟ ମଧ୍ୟ ପ୍ରକାଶ ପାଉଛି | ତେବେ କରୋନାକୁ ନେଇ କୌଣସି ଗୁଜବ ବା ମିଥ୍ୟା ତଥ୍ୟ ଉପରେ ବିଶ୍ୱାସ ଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୋକଙ୍କୁ ପରାମର୍ଶ ଦେଇଛି | ମିଥ୍ୟା ପ୍ରଚାରକୁ ନେଇ ସାଧାରଣ ଜନତାଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି | ଜାଣନ୍ତୁ କଣ ମିଛ ଓ କଣ ସତ | 

{"id":259388,"width":573,"height":393,"sizeSlug":"large"}

୧. ଭିଟାମିନ ଡି ଓ ସୂର୍ଯ୍ୟ କିରଣ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ - ଭିଟାମିନ ଡି ଭାଇରସରୁ ରକ୍ଷା କରିବ ତାହା ସମ୍ପୂର୍ଣ ସତ ନୁହେଁ | ଭିଟାମିନ ଡି ଟିବି ରୋଗୀଙ୍କ ପାଇଁ ଲାଭଦାୟୀ | ଭିଟାମିନ ଡି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ | ସ୍ପେନ ବୈଜ୍ଞାନିକ କରୋନା ସମ୍ପର୍କରେ ଦାସ ସପ୍ତାହ ହେଲା ଅନୁସନ୍ଧାନ କରୁଛନ୍ତି ଯେ ଭିଟାମିନ ଡିର ହାଇ ଡୋଜ ଦ୍ୱାରା  କରୋନା ସଂକ୍ରମଣକୁ ରୋକା ଯାଇପାରେ କି ? କିନ୍ତୁ ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ |

{"id":259390,"width":571,"height":343,"sizeSlug":"large"}

୨. ହାତକୁ ଘଣ୍ଟାକୁ ଥରେ ସାବୁନରେ ଧୋଇବା - ପ୍ରତି ଘଣ୍ଟାକୁ ଥରେ ହାତକୁ ସାବୁନରେ ଧୋଇବା ଆବଶ୍ୟକ ନାହିଁ | ଯେତେବେଳେ ଜଣେ ବାହାରୁ ଆସୁଛନ୍ତି ସେତେବେଳେ ହାତକୁ ସାବୁନରେ ଭଲ ଭାବେ ଧୋଇବା ଆବଶ୍ୟକ | କିନ୍ତୁ ଯଦି ଜଣେ ଘରେ ହିଁ ଅଛନ୍ତି ତାହେଲେ ବାରମ୍ବାର ହାତ ଧୋଇବା କିଛି ଆବଶ୍ୟକ ନାହିଁ |

{"id":259393,"width":577,"height":384,"sizeSlug":"large"}

୩. ବ୍ୟାକେରି ଉତ୍ପାଦରୁ ବଢିଥାଏ ସଂକ୍ରମଣ ଭୟ - ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନାରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା | ଏଥିରେ କୁହାଯାଇଥିଲା ଯେ ବ୍ୟାକେରି ଉତ୍ପାଦ ଦ୍ୱାରା ସଂକ୍ରମଣ ବଢିବାର ସମ୍ଭାବନା ରହିଛି | ଏହାକୁ ଧୋଇ ମଧ୍ୟ ହେବନାହିଁ | ସେଥିପାଇଁ ବ୍ୟାକେରି ଉତ୍ପାଦ ବ୍ୟବହାର ଣ କରିବା ଭଲ | କିନ୍ତୁ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଖଣ୍ଡନ କରିଥିଲେ ଯେ ସେ ଏହିଭଳି କୌଣସି ସୂଚନା ଜାରି କରିନାହାନ୍ତି | ଏପର୍ଯ୍ୟନ୍ତ ଏମିତି କୌଣସି ପ୍ରମାଣ ମିଳିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.