ମହାଦେବ ଯଦି ଏମିତି କରିନଥାନ୍ତେ ତାହେଲେ ଦ୍ରୌପଦୀଙ୍କର ୫ ସ୍ୱାମୀ ନହେଁ, ହୋଇଥାନ୍ତେ ୧୪ ସ୍ବାମୀ

Published By : Prameya-News7 Bureau | January 13, 2019 IST

ଭୁବନେଶ୍ୱର ୧୩/୧ : ମହାଭାରତ ବିଶ୍ୱର ସବୁଠାରୁ ବିଶାଳ ଗ୍ରନ୍ଥ | ମହାଭାରତରେ ଏମିତି ଅନେକ ଘଟଣା ଉଲ୍ଲେଖ ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଥାନ୍ତି | ଏମିତି ଏକ ଘଟଣା ଦ୍ରୌପଦୀଙ୍କ ସହ ମଧ୍ୟ ଜଡିତ ଯାହାକୁ ଅନେକ ଲୋକେ ଜାଣିନାହାନ୍ତି | ଆସନ୍ତୁ ଜାଣିବା ସେ ଘଟଣା ସମ୍ପର୍କରେ :

{"id":73425}

ମହାଭାରତରେ ଦ୍ରୌପଦୀଙ୍କ ଚରିତ୍ର ଅତ୍ୟନ୍ତ ବିଚିତ୍ର ଏବଂ ରୋମାଞ୍ଚକର | ଦ୍ରୌପଦୀଙ୍କ ଜନ୍ମ ଅଗ୍ନିରୁ ହୋଇଥିଲା | ସେଥିପାଇଁ ତାଙ୍କୁ ଅଗ୍ନି କନ୍ୟା ମଧ୍ୟ କୁହାଯାଇଥାଏ | ଦ୍ରୌପଦୀଙ୍କ ୫ ଜଣ ସ୍ୱାମୀ ଥିଲେ | ଯେଉଁଥିପାଇଁ ତାଙ୍କୁ ପାଞ୍ଚାଳି ମଧ୍ୟ କୁହାଯାଏ | ୫ ଜଣ ସ୍ୱାମୀଙ୍କ ଠାରୁ ଦ୍ରୌପଦୀଙ୍କର ସନ୍ତାନ ମଧ୍ୟ ଥିଲେ | ତେବେ ଦ୍ରୌପଦୀଙ୍କ ୫ ଜଣ ସ୍ୱାମୀ ହେବା ପଛରେ ତାଙ୍କର ପୂର୍ବ ଜନ୍ମର ତପସ୍ୟା ରହିଛି | ପୂର୍ବ ଜନ୍ମର ତପସ୍ୟା ଫଳରେ ଦ୍ରୌପଦୀଙ୍କୁ ୫ଜଣ ସ୍ୱାମୀ ମିଳିଥିଲେ | କିନ୍ତୁ ଯଦି ତାଙ୍କ ତପସ୍ୟାର ଫଳ ତାଙ୍କୁ ସମ୍ପୂର୍ଣ ଭାବେ ମିଳିଥାନ୍ତା ତାହେଲେ ଦ୍ରୌପଦୀଙ୍କର ୧୪ଜଣ ସ୍ୱାମୀ ଥାନ୍ତେ |

{"id":73426}

ଭବିଷ୍ୟ ପୁରାଣରେ ଉଲ୍ଲେଖ ରହିଛି ଯେ, ପୂର୍ବ ଜନ୍ମରେ ଦ୍ରୌପଦୀ ଜଣେ ଧର୍ମ ପରାୟଣ ମହିଳା ଥିଲେ | ସେ ବିଧବା ହୋଇଯାଇଥିଲେ | ବିଧବା ହେବା ପରେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ପାଇଁ ଦ୍ରୌପଦୀ ମହାଦେବଙ୍କୁ ଘୋର ତପସ୍ୟା କରିଥିଲେ | ଦ୍ରୌପଦୀଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ତାଙ୍କୁ ବର ମାଗିବାକୁ କହିଥିଲେ | ଦ୍ରୌପଦୀ ମହାଦେବଙ୍କୁ ଏମିତି ଏକ ବର ମାଗିଲେ ଯାହା ମହାଦେବଙ୍କୁ ବିଚଳିତ କରିଦେଲା | ଦ୍ରୌପଦୀ ମହାଦେବଙ୍କୁ ଏମିତି ଏକ ସ୍ୱାମୀ ମାଗିଥିଲେ ଯାହାଙ୍କ ଭିତରେ ୧୪ଟି ଗୁଣ ରହିଥିବା |

{"id":73428,"width":582,"height":369}

ମହାଦେବ ଦ୍ରୌପଦୀଙ୍କୁ ବୁଝାଇଥିଲେ ଯେ, ସମସ୍ତ ୧୪ଟି ଗୁଣ ଜଣେ ପୁରୁଷଙ୍କ ମଧ୍ୟରେ ପାଇବା ଅସମ୍ଭବ | ସେଥିପାଇଁ ସେ ୧୪ଟି ଗୁଣରୁ କିଛି କମ କରି ମାଗନ୍ତୁ | ଏହାପରେ ଦ୍ରୌପଦୀ ୧୪ ଗୁଣ ବଦଳରେ ୫ଗୁଣ ଥିବା ସ୍ୱାମୀ ମାଗିଥିଲେ | ସେହି ୫ଟି ଗୁଣ ହେଲା- ଧୈର୍ଯ୍ୟବାନ, ଧାର୍ମିକ, ଶକ୍ତିଶାଳୀ, ମହାନ ଧନୁର୍ଦ୍ଧର ଏବଂ ରୂପବାନ | ପରବର୍ତ୍ତୀ ଜନ୍ମରେ ସେ ଦ୍ରୌପଦୀ ଭାବେ ଜନ୍ମ ହେଲେ ଏବଂ ତାଙ୍କ ବିବାହ ପାଣ୍ଡବଙ୍କ ସହ ହୋଇଥିଲା | ଯଦି ମହାଦେବ ୧୪ଟି ଗୁଣ ସମ୍ପନ୍ନ ସ୍ବାମୀ ପାଇଁ ଦ୍ରୌପଦୀଙ୍କୁ ବର ଦେଇଥାନ୍ତେ ତାହେଲେ ତାଙ୍ର ୫ ସ୍ବାମୀ ବଦଳରେ ୧୪ ସ୍ବାମୀ ହୋଇଥାନ୍ତେ ।

{"id":73427}

୫ଜଣଙ୍କୁ ବିବାହ କରିବା ନେଇ ସେ ବିଚଳିତ ହୋଇପଡିଥିଲେ | ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ମନେ ପକେଇଦେଇଥିଲେ ଯେ, ଏହା ତାଙ୍କର ପୂର୍ବ ଜନ୍ମର ତପସ୍ୟାର ଫଳ | ଯେଉଁ ବର ସେ ଭଗବାନ ଶିବଙ୍କୁ ମାଗିଥିଲେ |

{"id":73429}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.