ମନୀଷ ଅନୁରାଗ ହତ୍ୟା ମାମଲା : ହତ୍ୟାକାରୀ ସାଙ୍ଗ ଖୋଲିଲେ ବିଲ୍ ରହସ୍ୟ, ୬୭ହଜାର ବିଲ୍‌ର ଦେଇଛନ୍ତି ହିସାବ

Published By : Prameya-News7 Bureau | October 19, 2021 IST

ଭୁବନେଶ୍ବର ୧୯।୧୦: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କ ଦ୍ବିତୀୟ ଦିନରେ ଜେରା କରୁଛି ପୋଲିସ । ଜେରା ବେଳେ ହତ୍ୟାକାରୀ ସାଙ୍ଗ ଖୋଲିଛି ବିଲ୍ ରହସ୍ୟ । ୩ଟି ବାରରେ ୪ ସାଙ୍ଗ ଏକାଠି ବସୁଥିଲେ । ଏବେ ସୁଦ୍ଧା ୬୭ ହଜାର ବିଲ୍ ର ହିସାବ ଦେଇଛନ୍ତି ହତ୍ୟାକାରୀ ସାଙ୍ଗ ।

ତେବେ ମଙ୍ଗଳବାର କ୍ରାଇମ୍ ସିନ୍ ରିକ୍ରିଏସନ୍ ହୋଇପାରେ ବୋଲି କୁହାଯାଉଛି । ମନୀଷଙ୍କ ମୋବାଇଲ ପୋଖରୀ ଭିତରେ ପଡିଛି । ରାତି ୩ ଟା ୩୦ମିନିଟ୍ ରେ ହୋଟେଲରୁ ବାହାରିବା ପରେ ପ୍ରଥମେ ବାଇକ୍ ରେ ଲିଫ୍ଟ ମାଗି ଯାଉଥିଲେ ମନୀଷ । କିଛି ଦୂରରେ ୩ ସାଙ୍ଗଙ୍କ ସହ ଦେଖା ହୋଇଥିଲା । ପରେ ଗାଡିରୁ ଓହ୍ଲାଇ ଝଗଡା ହୋଇଥିଲା ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.