scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦ ହଜାର ଲୋକ ହୋଇଛନ୍ତି ଅଦୃଶ୍ୟ, ଏଠାରେ ଦେଖାଯାଏ ବଡ ବଡ ପାଦ ଚିହ୍ନ

26/09/2023 at 12:47 PM

ନୂଆଦିଲ୍ଲୀ ୨୬।୦୯: ଏହା ସେହି ସ୍ଥାନ । ଯାହା ଆଜି ଯାଏଁ ଦୁନିଆ ପାଇଁ ରହସ୍ୟ ହୋଇ ରହିଛି । ୧୯୭୦ ମସିହା ପରଠୁ ଆଜି ଯାଏଁ ୨୦ ହଜାରରୁ ଅଧିକ ଲୋକ ଏଠାରେ ହଜିଯାଇଛନ୍ତି । ଏହି ଘଟଣା ଗୁଡିକ ଏବେ ବି ସମାଧାନ ହୋଇନି । ଏମାନେ ସମସ୍ତେ କେମିତି ନିଖୋଜ ହେଲେ ତାହା ଏବେ ବି ରହସ୍ୟ । ଏହି ସ୍ଥାନଟି ‘ଆଲାସ୍କା ଟ୍ରାଏଙ୍ଗଲ୍‌’ ଭାବରେ ଜଣାଶୁଣା ।

ଦକ୍ଷିଣରେ ଆଙ୍କୋରେଜ୍ ଏବଂ ଜୁନାଉ ଠାରୁ ଉତ୍ତର ଉପକୂଳ ତଟରେ ଥିବା ଉଟକିଆଭିକ୍ ଯାଏଁ  ରହିଛି ଏହି ସ୍ଥାନ । ଏଠାରେ ଘଟୁଥିବା ସମସ୍ତ ଘଟଣା ବହୁତ ଅଜବ । ଏହାକୁ ଶୁଣିବା ପରେ ଲୋକମାନେ ହୋଇଯାଆନ୍ତି ଆଶ୍ଚର୍ଯ୍ୟ । କୁହାଯାଏ ଯେ ଏଠାରେ UFO ଦେଖାଯିବା, ଅଦୃଶ୍ୟ ଶକ୍ତିର ଶବ୍ଦ ଆସିବା ଏବଂ ବଡ ବଡ ପାଦଚିହ୍ନ ପଡିଥିବା ଏକ ସାଧାରଣ କଥା ।

ଏକ ରିପୋର୍ଟ ଅନୁଯାୟୀ, UFO ଦେଖିଥିବା ପ୍ରତ୍ୟକ୍ଷଦର୍ଶୀ ୱେସ୍ ସ୍ମିଥ୍ କହିଛନ୍ତି, ଏହା ଏକ ଭିନ୍ନ ଟ୍ରାଏଙ୍ଗଲ୍‌। ଏଠାରେ ଏକ ମଜବୁତ ବସ୍ତୁ ଉଠୁଥିବା ଦେଖିଥିଲେ । ସେହି ବସ୍ତୁଟି ଆମେ ଦେଖୁଥିବା ବିମାନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏମିତିକି ବସ୍ତୁଟିରୁ କୌଣସି ବି ଶବ୍ଦ ଆସୁନଥିଲା । 

ସବୁଠାରୁ ବଡ କଥା ହେଉଛି UFO ଦେଖାଯାଇଥିବା ସେହି ସ୍ଥାନଠାରୁ ୧୧ ମାଇଲ ଦୂରରେ ରହୁଥିବା ମାଇକେଲ୍ ଡିଲନ୍ କହିଛନ୍ତି ଯେ ସେ ନିଜ କ୍ୟାମେରାରେ ଏଭଳି ଏକ ଦୃଶ୍ୟ କଏଦ କରିଛନ୍ତି । ଯେଉଁଥିରେ ବସ୍ତୁଟି ଅତି ଖୀପ୍ର ବେଗରେ ଆକାଶକୁ ଯାଇଛି । ଆଉ ହଠାତ୍ ଏକ ଲାଇଟ୍‌ ଦେଖିବାକୁ ମିଳୁଛି  । ଯାହା କୌଣସି ମନୁଷ୍ୟ ପାଇଁ ସମ୍ଭବ ନୁହେଁ ।

ଖବର ଅନୁଯାୟୀ,  ଅନ୍ୟ ସ୍ଥାନ ଅପେକ୍ଷା ଏହି ସ୍ଥାନରେ ଲୋକମାନେ ନିଖୋଜ ହେବାର ଅଧିକ ଘଟଣା ରହିଛି । ଯାହା ସମାଧାନ ହୋଇପାରୁନାହିଁ । ଏଥିପାଇଁ ଲୋକମାନଙ୍କୁ ଲାଗିଥାଏ କି କୌଣସି ମାଂସ ଖାଉଥିବା ବଡ ପ୍ରାଣୀ ନିଖୋଜ ଲୋକମାନଙ୍କୁ ଉଠାଇ ନେଇ ଯାଇଛନ୍ତି ।

ତେବେ ଉଦ୍ଧାର କର୍ମଚାରୀ ନିଖୋଜ ଲୋକଙ୍କୁ ଖୋଜୁଥିବା ବେଳେ ଅଦୃଶ୍ୟ ଶକ୍ତିର ସ୍ୱର ଶୁଣିବା ସହିତ ମୁଣ୍ଡ ବୁଲାଇବା ଏବଂ ରାସ୍ତା ହଜିଯିବା ପରି ଅନୁଭବ କରିଥିଲେ ।  ତେଣୁ କୁହାଯାଏ କି ‘ଆଲାସ୍କା ଟ୍ରାଏଙ୍ଗଲ୍‌’ରେ ଘଟୁଛି ଅଦ୍ଭୁତ ଘଟଣା ।

You Can Read:

   Related Posts