କେରଳର ଗାଁରେ ମାଟି ତଳୁ ଶୁଣାଯାଉଛି ରହସ୍ୟମୟ ଶବ୍ଦ, ତଦନ୍ତ ଆରମ୍ଭ କଲେ ବିଶେଷଜ୍ଞ
2/06/2023 at 5:31 PM

ନୂଆଦିଲ୍ଲୀ: କେରଳର କୋଟ୍ଟୟମ ଜିଲ୍ଲାର ଏକ ଛୋଟିଆ ଗାଁରେ ବାସ କରୁଥିବା ଲୋକେ ଏବେ ଭୟଭୀତ । ଗାଁରେ ମାଟି ତଳୁ ଶୁଣିବାକୁ ମିଳୁଛି ରହସ୍ୟମୟ ଶବ୍ଦ । କୋଟ୍ଟୟମର ଚେନାପ୍ପଡି ଗ୍ରାମବାସୀ କହିଛନ୍ତି ଯେ ଶୁକ୍ରବାର ଭୋର ସକାଳୁ ସେମାନେ ଦୁଇ ଥର ଭୟଭୀତ କଲା ଭଳି ଶବ୍ଦ ଶୁଣିଥିଲେ । ଏହାସହ ଗ୍ରାମବାସୀ ଦାବି କରିଛନ୍ତି ଯେ ସେହି ସପ୍ତାହର ଆରମ୍ଭରେ ମଧ୍ୟ ଗାଁ ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ସମାନ ଶବ୍ଦ ଶୁଣିବାକୁ ମିଳିଥିଲା ।
ଗ୍ରାମବାସୀ କହିଛନ୍ତି ଯେ ଆଖପାଖ ଅଞ୍ଚଳରେ କୌଣସି ପରିବର୍ତ୍ତନ ଘଟିଥିବା ନଜର ନାହିଁ ଏବଂ କେବଳ ବୈଜ୍ଞାନିକଙ୍କ ଗେବଷଣାରୁ ଭୂମି ତଳୁ ଶୁଣାଯାଉଥିବା ଏହି ଶବ୍ଦ ପଛର କାରଣ ଜଣା ପଡ଼ିପାରିବ । ଅନ୍ୟପଟେ କେରଳ ଖନନ ଏବଂ ଭୂବିଜ୍ଞାନ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ସେମାନଙ୍କ ଏକ ବିଶେଷଜ୍ଞ ଦଶ ଖୁବଶୀଘ୍ର ଅଞ୍ଚଳର ନୀରିକ୍ଷଣ କରିବ । ବିଭାଗର ଏକ ସୂତ୍ର ଅନୁସାରେ, ସପ୍ତାହ ଆରମ୍ଭ ସମୟରେ ଯେତେବେଳେ ଏହି ଅଜଣା ଶବ୍ଦ ଶୁଣିବାକୁ ମିଳିଥିଲା, ସେହି ସମୟରେ ଅଞ୍ଚଳର ନୀରିକ୍ଷଣ କରାଯାଇଥିଲା ।
ପଢନ୍ତୁ:ଜାପାନ ମୁହାଁଇଛି ସାମୁଦ୍ରିକ ବାତ୍ୟା ‘ମାୱାର’, ବଢୁଛି ବନ୍ୟା ଓ ଭୂ-ସ୍ଖଳନ ଆଶଙ୍କା
ଅଧିକାରୀମାନେ କହିଛନ୍ତି ଭୂମି ଭିତରେ ବାରାମ୍ୱାର ଏପରି ଶବ୍ଦ ଶୁଣାଯିବାର ପ୍ରକୃତ କାରଣ ସେତେବେଳେ ଜଣାପଡ଼ିବ, ଯେତେବେଳେ ପୃଥିବୀ ବିଜ୍ଞାନ କେନ୍ଦ୍ର ଏହାକୁ ନେଇ ବୈଜ୍ଞାନିକ ଅଧ୍ୟୟନ କରିବ । ତେବେ ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରକାର ଗତିବିଧିର ଅଧିକ ଅଧ୍ୟୟନ ପାଇଁ ସିଇଏସକୁ ଅନୁରୋଧ କରାଯାଇଛି । ଭୂବିଜ୍ଞାନ ବିଭାଗର ବିଶେଷଜ୍ଞ ପୁଣି ଥରେ ଅଞ୍ଚଳର ନୀରିକ୍ଷଣ କରିବେ ।
READ ALSO: ଜୁଲାଇରେ ଇସ୍ରୋ ଲଞ୍ଚ କରିବ ଚନ୍ଦ୍ରଯାନ-୩, ମିଶନ ସଫଳ ହେଲେ ଭାରତ ପାଲଟିବ ଚତୁର୍ଥ ଦେଶ