ରହସ୍ୟମୟୀ ଗ୍ରହ: ଏହା କିପରି ହୋଇଥିଲା ସୃଷ୍ଟି ? ଜାଣନ୍ତୁ ଏହାର ଶୁଭ ଏବଂ ଅଶୁଭ ପ୍ରଭାବ...

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ୧୪/୦୪ : କେତୁ ଏକ ରହସ୍ୟମୟୀ ଗ୍ରହ | ଏହା ଏକ ଛାୟା ଗ୍ରହ ଅଟେ | ଏହାର ନିଜର କୌଣସି ବାସ୍ତବିକ ରୂପ ନାହିଁ | ସ୍ୱଭାବ କାରଣରୁ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଏକ ପାପୀ ଗ୍ରହର ସଜ୍ଞା ଦିଆଯାଇଛି | ଏହି ଗ୍ରହ କୌଣସି ରାଶିର ସ୍ୱମୀତ୍ୱ ପ୍ରାପ୍ତ କରିନାହିଁ | ତଥାପି କେତୁ ଗ୍ରହ ଆମ ଜୀବନକୁ ପ୍ରତ୍ୟେକ୍ଷ ରୂପରେ ପ୍ରଭାବିତ କରିଥାଏ | ଧନୁ ରାଶିରେ କେତୁ ଉଚ୍ଚରେ ଏବଂ ମିଥୁନ ରାଶିରେ ନୀଚରେ ରହେ ବୋଲି ବିଶ୍ୱାସ କରାଯାଏ | କେତୁ ରାଶିର ଉତ୍ପନ୍ନ କାହାଣୀ ମଧ୍ୟ ବହୁତ ରୋମାଞ୍ଚକ।

{"id":254111,"sizeSlug":"large"}

କେତୁ ଗ୍ରହ ଉତ୍ପନ୍ନ କାହାଣୀ ପୌରାଣିକ ତଥ୍ୟରେ ରହିଛି | ତଥ୍ୟ ଅନୁଯାୟୀ, ଦେବାସୁର ସଂଗ୍ରାମରେ ମନ୍ଥନ ବେଳେ ଯେଉଁ ଅମୃତ ବାହାରିଥିଲା, ସେହି ଅମୃତକୁ ଭଗବାନ ବିଷ୍ଣୁ ମୋହିନୀ ରୂପରେ ବାଣ୍ଟୁଥିଲେ | ସେତେବେଳେ ସ୍ୱରଭାନୁ ନାମକ ଏକ ରାକ୍ଷସ ଭେଷ ବଦଳାଇ ଦେବତାଙ୍କ ଧାଡିରେ ବସିପଡିଥିଲେ | ଯେତେବେଳେ ସ୍ୱରଭାନୁଙ୍କ ଅମୃତ ପିଇବା ପାଳି ଆସିଲା ସେ ଅମୃତ ତ ପିଇଲେ କିନ୍ତୁ ସୂର୍ଯ୍ୟଦେବ ଓ ଚନ୍ଦ୍ରଦେବ ତାଙ୍କ ଭେଷକୁ ଉଜାଗର କରିଦେଲେ | ଏଥିରେ ଭଗବାନ ବିଷ୍ଣୁ ରାଗିଯାଇ ସୁଦର୍ଶନ ଚକ୍ରରେ ରାକ୍ଷସର ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଲେ | ରାକ୍ଷସର ମୁଣ୍ଡ ରାହୁକୁ ଓ ଗଣ୍ଡିକୁ କେତୁ ବୋଲି କୁହାଗଲା | ପରେ ଏହା ଦୁଇଟି ଗ୍ରହ ଭାବେ ସ୍ଥାପିତ ହେଲା |

{"id":254113,"width":576,"height":576,"sizeSlug":"large"}

ଜ୍ୟୋତିଷ ଶାସ୍ତ୍ରରେ କେତୁ ଗ୍ରହକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ | ଏହାର ଖରାପ ପ୍ରଭାବ ଯୋଗୁଁ ମଣିଷକୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ | ରାହୁ ସହ ମିଶି ଏହା କୁଣ୍ଡଳୀରେ କାଳସର୍ପ ଦୋଷ ସୃଷ୍ଟି କରିଥାଏ | କେତୁ ଲଗ୍ନର ଜାତକ ଧର୍ମ ଓ ଆଧ୍ୟାତ୍ମ କ୍ଷେତ୍ରରେ ଅଗ୍ରଣୀ ହୋଇଥାନ୍ତି | କେତୁ ଗ୍ରହର ପ୍ରଭାବ ବ୍ୟକ୍ତିଙ୍କୁ ଭୌତିକ ଜୀବନରୁ ଦୁରେଇ ନେଇଥାଏ | କେତୁ ଲଗ୍ନ ବ୍ୟକ୍ତି ବୈରାଗ୍ୟ ଜୀବନ ପ୍ରତି ପ୍ରେରିତ ହୋଇଥାଏ |

କେତୁ ଗ୍ରହ ଦୁର୍ବଳ ଥିଲେ ବ୍ୟକ୍ତିଙ୍କୁ ଏହାର ଖରାପ ପରିଣାମ ଭୋଗିବାକୁ ପଡିଥାଏ | ବିଶେଷକରି ମଣିଷର ମୁଣ୍ଡ ତଳ ଭାଗ ଦୁର୍ବଳ ହୋଇପଡେ | କେତୁ ଗ୍ରହ ଅଶୁଭ ଥିଲେ ସନ୍ତାନଙ୍କୁ ମଧ୍ୟ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ | କେତୁ ଗ୍ରହର ଅଶୁଭ ପ୍ରଭାବ ଯୋଗୁଁ ଶାରୀରିକ ପୀଡା ମଧ୍ୟ ହୋଇଥାଏ | ବ୍ୟକ୍ତିଙ୍କୁ କାନ, ମେରୁଦଣ୍ଡ, ଆଣ୍ଠୁ, କିଡନୀ, ଆଣ୍ଠୁଗଣ୍ଠି ପୀଡା ଆଦିର ସମ୍ମୁଖୀନା ହେବାକୁ ପଡିଥାଏ |

ଜ୍ୟୋତିଷ ଶାସ୍ତ୍ରରେ କେତୁ ଗ୍ରହକୁ ମଜବୁତ କରିବା ପାଇଁ ସହଜ ଉପାୟ ରହିଛି | କୁଣ୍ଡଳୀରେ କେତୁ ଗ୍ରହକୁ ମଜବୁତ କରିବା ପାଇଁ ଶ୍ରୀ ଗଣେଶଙ୍କୁ ଆରାଧନା କରିବା ଉଚିତ୍ | ଦୁଇ ରଙ୍ଗ ବିଶିଷ୍ଟ କୁକୁରକୁ ଖାଇବାକୁ ଦେଲେ ମଧ୍ୟ କେତୁ ଗ୍ରହ ମଜବୁତ୍ ହୋଇଥାଏ | ଏହି ଗ୍ରହର ଖରାପ ପ୍ରଭାବ କମ୍ କରିବା ପାଇଁ ଓ ଏହାକୁ ମଜବୁତ କରିବା ପାଇଁ ରତ୍ନ, ଅଶ୍ଵଗନ୍ଧା ଚେର ଓ ନଅମୁଖି ରୁଦ୍ରାକ୍ଷ ଧାରଣ କରାଯାଏ | ଏହାଛଡା କେନ୍ତୁ ଯନ୍ତ୍ର ସ୍ଥାପନ କରି ଆରାଧନା କଲେ ମଧ୍ୟ କେତୁ ଗ୍ରହ ମଜବୁତ ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.