ଫିଲ୍ମ 'ରିୱାଜ୍‌'ରେ ନଜର ଆସିବେ ମାଇରା ସରୀନ, ଚରିତ୍ରକୁ ନେଇ ଖୁଲାସା କଲେ ଅଭିନେତ୍ରୀ

Published By : Prameya-News7 Bureau | December 10, 2022 IST

ମୁମ୍ଵାଇ ୧୦।୧୨: ବଲିଉଡ୍‌ର ନୂଆ ନାୟିକା  ମାଇରା ସରୀନ୍‌ ।  ଖୁବ୍‌ଶୀଘ୍ର ବଲିଉଡ୍‌ ଫିଲ୍ମ  ‘ରିୱାଜ୍‌’ରେ ସେ ନଜର  ଆସିବେ । ଏହି ଡ୍ରାମା  ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି  ମନୋଜ ସାତି । ପ୍ରଯୋଜନା  ଦାୟିତ୍ୱରେ ଅଛନ୍ତି କଶିଶ  ଖାନ୍‌ । ମାଇରା ଏଥିରେ  ମୁଖ୍ୟ ନାୟିକା ଭୂମିକାରେ  ଅଭିନୟ କରିଛନ୍ତି ।  ତାଙ୍କ ସହ ଅଛନ୍ତି ମିଥୁନ  ଚକ୍ରବର୍ତ୍ତୀ ଓ ଅଫତାବ  ଶିବଦାସାନି ।  ମହିଳା ଅଧିକାର, ଲିଙ୍ଗଗତ  ସମାନତା, ନାରୀତ୍ୱ ଓ  ପରିବେଶ ସମ୍ବନ୍ଧୀୟ ସାମାଜିକ  ବିଷୟବସ୍ତୁର ପ୍ରୋତ୍ସାହନ  କ୍ଷେତ୍ରରେ ସେ କାମ କରନ୍ତି ।

ଫିଲ୍ମରେ ମଧ୍ୟ ଏ ପ୍ରକାର ଭୂମିକା  ସେ ନିର୍ବାହ କରିଛନ୍ତି । ଭୂମିକା  ଚୟନ ମାମଲାରେ ମାଇରାଙ୍କୁ  ବର୍ତ୍ତମାନ ସମୟରେ ସବୁଠୁ  ଶକ୍ତିଶାଳୀ ଅଭିନେତ୍ରୀଙ୍କ ମଧ୍ୟରେ  ଗଣାଯାଉଛି । ତାଙ୍କ ଅଭିନୟକୁ  ପ୍ରାକୃତିକ, ଭାବନାତ୍ମକ ଓ ବେଶ  ଶକ୍ତିଶାଳୀ ବୋଲି କୁହାଯାଏ ।  ଗଣମାଧ୍ୟମ ସହ ବନ୍ଧୁତ୍ୱପୂର୍ଣ୍ଣ  ବ୍ୟବହାର ପାଇଁ ସେ ବେଶ  ପରିଚିତ ।  ଅଧ୍ୟୟନ ଶେଷ ପରେ ଜଣେ  ମଡେଲ ଭାବେ ମାଇରାଙ୍କ କର୍ମମୟ  ଜୀବନ ଆରମ୍ଭ ହୋଇଥିଲା ।  ମଡେଲିଂ ଦୁନିଆରେ ଅନେକ  ଚୁକ୍ତି ସାଇନ୍‌ କରିବା ପରେ ୨୦୧୮  ମସିହାରେ ସେ ନିଜର ଅଭିନୟ  କ୍ୟାରିଅର୍‌ ଆରମ୍ଭ କରିଥିଲେ ।  ତେଲୁଗୁ ଫିଲ୍ମ ‘ଅଫିସର୍‌’ରେ ଅକ୍କିନେନି  ନାଗାର୍ଜୁନଙ୍କ ଅପୋଜିଟ୍‌ରେ ମୁଖ୍ୟ ନାୟିକା  ଭୂମିକାରେ ସେ ନଜର ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.