ଭୟଙ୍କର ମାଇକ୍ ଟାଇସନ୍ : ପ୍ରତିଟି ଲଢେଇ ପୂର୍ବରୁ ସେ କ୍ରୋଧ ନିୟନ୍ତ୍ରଣ ପାଇଁ କରିଥାନ୍ତି ସମ୍ଭୋଗ, ଗୁମର ଖୋଲିଲେ ବନ୍ଧୁ

Published By : Prameya-News7 Bureau | November 20, 2021 IST

ନୂଆଦିଲ୍ଲୀ,୨୦/୧୧: ହେଭିଓ୍ୱେଟ୍ ବକ୍ସିଂ ମ୍ୟାଚ୍ ପୂର୍ବରୁ ଲକର ରୁମରେ ଶାରୀରିକ ସମ୍ପର୍କ ରଖୁଥିଲେ ମାଇକ୍ ଟାଇସନ୍ । କାରଣ ତାଙ୍କ ଭାବନା ଥିଲା ଭିନ୍ନ । ଶାରୀରିକ ସମ୍ପର୍କ ନରଖିଲେ ତାଙ୍କୁ ଅଜଣା ଭୟ ଘାରୁଥିଲା । ସେ ରାଗିଯାଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ରିଙ୍ଗରେ ମାରିଦେବେ ବୋଲି ଭାବୁଥିଲେ । କିନ୍ତୁ ଶାରୀରିକ ସମ୍ପର୍କ ପାଇଁ ସେ ନିୟନ୍ତ୍ରଣରେ ରହୁଥିଲେ । ଏପରି ଏକ ବଡ ଗୁମର ଖୋଲିଛନ୍ତି ମାଇକଙ୍କ ବନ୍ଧୁ  ତଥା ପୂର୍ବତନ ବକ୍ସର ବା ମୁଷ୍ଟିଯୋଦ୍ଧା ଚାଫେୟୁର ରୁଡି ଗୋନଜାଲେଜ୍ ।

ଚାଫେୟୁର କହିଛନ୍ତି ଯେ, ସେ ମ୍ୟାଚ୍ ପୂର୍ବରୁ ମାଇକଙ୍କ ଯୌନକ୍ଷୁଧା ମେଣ୍ଟାଇବାକୁ ମହିଳା ଓ ଯୁବତୀ ଯୋଗାଡ କରୁଥିଲେ । ମହିଳା କିପରି ଦେଖାଯାଆନ୍ତି ତାହା କିଛି ଫରକ ପକାଉନଥିଲା । ଯଦି ମାଇକ୍ ଶାରୀରିକ ସମ୍ପର୍କ ନରଖନ୍ତି ତେବେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାରିଦେବେ ବୋଲି ତାଙ୍କୁ କହୁଥିଲେ । ଅନେକ ସମୟରେ ବାଥରୁମ୍ ଓ ଡ୍ରେସିଂ ରୁମରେ ମାଇକ୍ ଶାରୀରିକ ସମ୍ପର୍କ ରଖିଛନ୍ତି ।

ରାଫେୟୁର ଆହୁରି କହିଛନ୍ତି ଯେ, ଶାରୀରିକ ସମ୍ପର୍କ ରଖିଲା ପରେ ପ୍ରତିଦ୍ୱନ୍ଦୀ ଆଜି ରାତିରେ ବଞ୍ଚିଯିବେ ବୋଲି ମାଇକ୍ ତାଙ୍କୁ କହୁଥିଲେ । ସେ କାଳେ କାହାକୁ ମାରିଦେବେ ସେଇ ଡରରେ ସର୍ବଦା ରହୁଥିଲେ ।  ଏବେ ମାଇକ ୫୫ ବର୍ଷରେ ପାଦ ଦେଲେଣି । ସେ ମାତ୍ର ୨୦ ବର୍ଷ ବୟସରେ ବିଶ୍ୱ ଚାମ୍ପିଅନସିପ୍ ବିଜେତା ହୋଇପାରିଥିଲେ । କିପରି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚେକ୍ ଦେଇହେବ ସେହି କୌଶଳ ତାଙ୍କୁ ଜଣାଥିଲା ।

ସୂଚନାଯୋଗ୍ୟ, ନିଜର ପ୍ରଥମ ଚାମ୍ପିଅନସିପ୍ ଫାଇଟରେ ମାଇକ୍ ଟ୍ରେଭର ବେରବିକଙ୍କୁ ମାତ୍ ଦେଇତିଲେ । ଦୁଇ ବର୍ଷ ପରେ ସେ ଲ୍ୟାରୀ ହୋଲମୋସଙ୍କୁ ପରାସ୍ତ କରିଥିଲେ । ଏପରିକି ମାଇକେଲ୍ ସ୍ପିଙ୍କସଙ୍କୁ ସେ ପ୍ରଥମ ରାଉଣ୍ଡରୁ ଆଉ ଉଠିବାକୁ ଦେଇନଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.