scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମିଆଁମାରରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି, ହିଂସା ପ୍ରଭାବିତ ଅଞ୍ଚଳ ନଯିବାକୁ ପରାମର୍ଶ

21/11/2023 at 9:34 PM

ନୂଆଦିଲ୍ଲୀ: ମିଲିସିଆ ଗୋଷ୍ଠୀ ପିପୁଲ୍ସ ଡିଫେନ୍ସ ଫୋର୍ସ (ପିଡିଏଫ୍) ଏବଂ ମିଆଁମାର ସେନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି ଭାରତ ସରକାର। ଲୋକମାନେ ମିଆଁମାର ଯାତ୍ରା ନକରିବାକୁ ମଙ୍ଗଳବାର  ବୈଦେଶିକ ମନ୍ତ୍ରଣାଳୟ କହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ମିଆଁମାରର ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟ ନାଗରିକଙ୍କୁ ମିଆଁମାରକୁ ଅତ୍ୟାବଶ୍ୟକ ନଥିଲେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ମିଆଁମାରରେ ରହୁଥିବା ଲୋକମାନେ ହିଂସା ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ଯିବା ଉଚିତ୍ ନୁହେଁ। ରାସ୍ତା ଦେଇ ଆନ୍ତଃ ରାଜ୍ୟ ଯାତ୍ରାରୁ ଦୂରେଇ ରୁହନ୍ତୁ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ମିଆଁମାରରେ ରହୁଥିବା ଭାରତର ନାଗରିକ ଭାରତୀୟ ଦୂତାବାସରେ ଫର୍ମ ପୂରଣ କରି ପଞ୍ଜୀକରଣ କରିବାକୁ ନିବେଦନ କରାଯାଇଛି।

   Related Posts