ମିଆଁମାର ଜେଲ ବିସ୍ଫୋରଣ ଓ ଗୁଳିକାଣ୍ଡ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ୧୩ ଆହତ

Published By : Prameya-News7 Bureau | October 20, 2022 IST

ୟେଙ୍ଗୁନ ୨୦।୧୦: ମିଆଁମାର ସବୁଠୁ ବଡ଼ କାରାଗାର ଇନସେନ୍ ଜେଲରେ ବୁଧବାର ହୋଇଥିବା ବିସ୍ଫୋରଣ ଓ ଗୁଳିକାଣ୍ଡ ମୃତକଙ୍କ ସଂଖ୍ୟା ଗୁରୁବାର ୮କୁ ପହଞ୍ଚିଛି। ଏଥିରେ ୧୩ ଜଣ ଆହତ ହୋଇଛନ୍ତି, ଆହତମାନଙ୍କୁ ନିକଟସ୍ଥ ଦୋକାନମାନଙ୍କରେ ଚିକିତ୍ସା କରାଯାଉଛି। ନ୍ୟୁଜ ପୋର୍ଟାଲ ମିଆଁମାପ ନାଓ ଏବଂ ଇରାବଦୀ ନ୍ୟୁଜ ଅନୁସାରେ ବୁଧବାର ଜେଲ ପାର୍ସଲ କାଉଣ୍ଟରରେ ଦୁଇଟି ବିସ୍ଫୋରଣ ସହ ଗୁଳି ଚାଲିବାର ଶବ୍ଦ ଶୁଣାଯାଇଥିଲା। ଏଥିରେ ଜେଲର ୩ ଅଧିକାରୀ ଓ ୫ ଆଗନ୍ତୁକଙ୍କ ମୃତ୍ୟୁ ହୋଇଥିଲା।

{"id":698167,"sizeSlug":"full","linkDestination":"none"}

ବିସ୍ଫୋରଣର କାରଣ କଣ ଏବେବି ସ୍ପଷ୍ଟ ହୋଇ ନାହିଁ। ତେବେ ବିସ୍ଫୋରଣ ଶବ୍ଦରେ ଜେଲ ସୁରକ୍ଷାରେ ଥିବା ସୈନିକମାନେ ମଧ୍ୟ ଗୁଳି ଚଳାଇଥିଲେ। ଆହତ ଜେଲ କର୍ମଚାରୀମାନଙ୍କୁ ସେଠାରୁ କାଢି ନିଆଯାଇଛି। ତେବେ ଗୁରୁତର ଆହତ ଲୋକଙ୍କୁ ନିକଟସ୍ଥ ଦୋକାନରେ ରଖି ଚିକିତ୍ସା କରାଯାଉଛି। ଉଲ୍ଲେଖ ଯୋଗ୍ୟ ଯେ ଇନସେନ୍‌ ଜେଲ ଦେଶର ସବୁଠୁ କୁଖ୍ୟାତ ଜେଲ। ଦେଶରେ ଗତବର୍ଷ ସେନା ବିଦ୍ରୋହ ପରେ ରାଜନୈତିକ ବନ୍ଦୀଙ୍କୁ ଏହି ଜେଲକୁ ରଖା ଯାଇଛି।  

{"id":698168,"sizeSlug":"large","linkDestination":"none"}

ନୋବେଲ ଶାନ୍ତି ପୁରସ୍କାର ବିଜେତା ଅଙ୍ଗ ସାନ ସୁ କିଙ୍କ ନେତୃତ୍ୱାଧୀନ ପାର୍ଟିର ନିର୍ବାଚିତ ସରକାରକୁ ଗତବର୍ଷ  ସେନା ସରକାରରୁ ହଟାଇ ଦେଇଛି। ଫଳରେ ଦେଶରେ ଅରାଜକତା ବ୍ୟାପିଥିବା ବେଳେ ଲୋକେ ଅସନ୍ତୁଷ୍ଟ ହୋଇପଡିଛନ୍ତି। ମିଆଁମାର ଇନସେନ ଜେଲରେ ଏବେ ଅନୁନ୍ୟ ୧୦ ହଜାର ବନ୍ଦୀ ଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଅନେକ ରାଜନୈତିକ ବନ୍ଦୀ ମଧ୍ୟ ଅଛନ୍ତି। ତେବେ ଜେଲରେ ଏପରି ବିସ୍ଫୋରଣ ଓ ଗୁଳିକାଣ୍ଡ ଘଟଣା ପଛର ରହସ୍ୟ କଣ ଜଣାପଡି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.