ମିଆଁମାର:  ଦୁର୍ନୀତି ଅଭିଯୋଗରେ ଆଙ୍ଗ ସାନ ସୁ କୀ ଦୋଷୀ ସାବ୍ୟସ୍ତ, ୭ ବର୍ଷ ଜେଲଦଣ୍ଡାଦେଶ

Published By : Prameya-News7 Bureau | December 30, 2022 IST

ନ୍ୟାପିଡ ୩୦।୧୨: ମିଆଁମାରର ଏକ କୋର୍ଟ ଦୁର୍ନୀତି ଅଭିଯୋଗରେ ଅପଦସ୍ତ ଆଙ୍ଗ ସାନ ସୁ କୀଙ୍କୁ ୭ ବର୍ଷ ଦଣ୍ଡାଦେଶ କରିଛନ୍ତି। ହେଲିକପ୍ଟର ଭଡାରେ ନେବା ଓ ଏହାର ରକ୍ଷଣାବେକ୍ଷଣ ସମ୍ପର୍କିତ ଅନିୟମିତତାର ୫ଟି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମିଆଁମାର ସୈନ୍ୟ ଶାସନ ବିରୋଧୀ ନେତ୍ରୀ ସୁ କୀଙ୍କୁ ଶାସନ ପରିବର୍ତ୍ତନ ପରେ ଗିରଫ  କରାଯାଇଥିଲା। ପୂର୍ବରୁ ମଧ୍ୟ ତାଙ୍କୁ ଦଣ୍ଡାଦେଶ ହୋଇଛି। ତେବେ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ସେ ଅସ୍ୱୀକାର କରୁଛନ୍ତି।

ଏବେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତାଙ୍କ ରାଜନୈତିକ ଦଳ ନ୍ୟାସନାଲ ଲିଗ ଫର ଡେମୋକ୍ରାସୀ ପାର୍ଟିର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି। ଅପରପଟେ ସେନା ୨୦୨୩ ମସିହାରେ ମିଆଁମାର ସାଧାରଣ ନିର୍ବାଚନ ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଯେ ଫେବୃଆରୀ ୨୦୨୧ରେ ସେନା ଦେଶର ଶାସନକୁ ହାତକୁ ନେଇଯାଇଥିଲା। ଏହା ସହିତ ଆଙ୍ଗ ସାନ ସୁ କିଙ୍କ ସମେତ ଅନେକ ବଡ ନେତାଙ୍କୁ ଗିରଫ କରାଯାଇଥିଲା।

{"id":727223,"sizeSlug":"full","linkDestination":"none"}

ମିଆଁମାର ସେନା ସରକାର ବିରୋଧରେ ଆଙ୍ଗ ସାନ ସୁ କୀ ଦୀର୍ଘ ଦଶନ୍ଧୀ ଧରି ସଂଘର୍ଷ କରିଥିଲେ। ତାଙ୍କ ବିରୋଧ ଯୋଗୁ ଦେଶରେ ସେନା ଶାସନର ପତନ ସହ ଗଣତାନ୍ତ୍ରିକ ସରକାର ଗଠନ ହୋଇଥିଲା। ଯାହାର କର୍ଣ୍ଣଧାର ଥିଲେ ନିଜେ ସୁ କୀ। ସେ ଦେଶର ଜଣେ ଲୋକପ୍ରିୟ ନେତ୍ରୀ । ଦେଶରେ ସେନା ଶାସନ ବିରୋଧରେ ଆନ୍ଦୋଳନ ଲାଗି ତାଙ୍କୁ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ନଜରବନ୍ଦୀ କରାଯିବା ସହ ଜେଲରେ ରଖା ଯାଇଥିଲା।

ପରେ ଦେଶରେ ସେନା ସରକାରର ପତନ ସହ ସୁ କୀ ଦେଶର ନେତ୍ରୀ ହୋଇଥିଲେ। ସରକାର ଠିକଠାକ ଚାଲିଥିବା ବେଳେ ପୁଣି ସୈନ୍ୟ ବିଦ୍ରୋହ କରି ଶାସନ ହାତେଇ ନେଇଥିବା ବେଳେ ୨୦୨୩ ମସିହାରେ ସାଧାରଣ ନିର୍ବାଚନ ଲାଗି ଘୋଷଣା କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.