Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

‘ମୋ କାମ କଥା କହିବ’, ସିଜେଆଇ ଭାବେ ଶପଥ ନେବା ପରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବୟାନ

9/11/2022 at 5:16 PM

ନୂଆଦିଲ୍ଲୀ: ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ ବୁଧବାର ଭାରତର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ସମାରୋହ ପରେ ଗଣମାଧ୍ୟମକୁ ଦେଇଥିବା ପ୍ରଥମ ପ୍ରତିକ୍ରିୟାରେ ସିଜେଆଇ କହିଛନ୍ତି,’ସାଧାରଣ ନାଗରିକଙ୍କ ସେବା କରିବା ମୋର ପ୍ରାଥମିକତା’। ରେଜିଷ୍ଟ୍ରୀ ଏବଂ ନ୍ୟାୟିକ ପ୍ରକ୍ରିୟାରେ ସୁଧାର ନେଇ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି । ନ୍ୟାୟମୂର୍ତ୍ତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ‘ମୋର ଶବ୍ଦଠାରୁ ଅଧିକ ମୋ କାମ କହିବ’।

ଭାରତର ପ୍ରଧାନ ବିଚାରପତି ପଦ ସମ୍ଭାଳିବା ପରେ ସେ ସୁପ୍ରିମକୋର୍ଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ସମୟରେ ସେ କହିଥିଲେ, ‘ରାଷ୍ଟ୍ରର ସେବା କରିବା ମୋର ପ୍ରାଥମିକତା । ଆମେ ଭାରତର ସବୁ ନାଗରିକଙ୍କ ରକ୍ଷା କରିବୁ, ତାହା ଟେକ୍ନୋଲଜି ହେଉ ଅବା ରେଜିଷ୍ଟ୍ରୀ ସୁଧାର କିମ୍ୱା ନ୍ୟାୟିକ ସୁଧାର ସହ ଜଡିତ ମାମଲା’।   

ନ୍ୟାୟମୂର୍ତ୍ତି ଡିୱାଇ ଚନ୍ଦ୍ରଚୂଡ ଅଯୋଧ୍ୟା ବିବାଦ, ଗୋପନୀୟତା ଅଧିକାର ପରି ଗୁରୁତ୍ୱପୂର୍ଣ୍ଣ ଖଣ୍ଡପୀଠର ସଦସ୍ୟ ଥିଲେ । ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ ଦେଶର ସବୁଠୁ ଦୀର୍ଘ ସମୟ ଯାଏଁ ସିଜେଆଇ ରହିଥିବା ନ୍ୟାୟମୂର୍ତ୍ତି ୱାଇ.ବି.ଚନ୍ଦ୍ରଚୂଡଙ୍କ ପୁଅ । ୧୯୭୮ ଫେବ୍ରୁଆରୀ ୨୨ରୁ ୧୯୮୫ ଜୁଲାଇ ୧୧ ଯାଏଁ ତାଙ୍କ ବାପା ଭାରତର ସିଜେଆଇ ଥିଲେ । ଭାରତର ସର୍ବୋଚ୍ଚ ନ୍ୟାୟାଳୟର ସାତ ଦଶନ୍ଧିରୁ ଅଧିକ ଲମ୍ୱା ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ସିଜେଆଇଙ୍କ ପୁଅ ଏହି ପଦରେ ବସିଛନ୍ତି । ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ ୨୦୨୪ ନଭେମ୍ୱର ୧୦ ଯାଏଁ ଦୁଇ ବର୍ଷ ଧରି ସିଜେଆଇ ଭାବେ କାର୍ଯ୍ୟ କରିବେ ।   

   Related Posts