କମଲନାଥଙ୍କ ପୁଅ କହିଲେ-ମୋ ସଭାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରୁ ବି ଅଧିକ ଭିଡ

Published By : Prameya-News7 Bureau | December 20, 2022 IST

ଇନ୍ଦୋର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସହ ନିଜ ରାଲିକୁ ତୁଳନା କରିଛନ୍ତି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ। ଏହାକୁ ନେଇ ବିଜେପି ମଧ୍ୟ କଂଗ୍ରେସ ନେତାଙ୍କୁ ସମାଲୋଚନା କରିଛି। କଂଗ୍ରେସ ନେତାଙ୍କ ଏହି ବୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିଜେପି ନେତା ଶହଜାଦ ପୁନାୱାଲା ଏକ ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରୁ ଅଧିକ ଭିଡ ମୋର ଯାତ୍ରାରେ ଥିଲା: ନକୁଳ ନାଥ। ସେ ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ କଂଗ୍ରେସ ନେତା ହିଁ ତାଙ୍କୁ ନେମା ମାନୁ ନାହାନ୍ତି, ତ ମେଣ୍ଟର ଅନ୍ୟ ସାଥୀ ଏବଂ ଭାରତ ତାଙ୍କୁ ଗମ୍ଭୀରତା ସହ କିପରି ନେବେ। ନକୁଳ ନାଥ ମଧ୍ୟ ପ୍ରଦେଶର ଛିନ୍ଦୱାଡା ଲୋକସଭା ଆସନରୁ ସାଂସଦ ଅଛନ୍ତି।

wp:html /wp:html

୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ବରିଷ୍ଠ ନେତା କମଳନାଥ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆଙ୍କ ସହ ଅନେକ ବିଧାୟକ ବିଜେପିରେ ସାମିଲ ହେବା ପରେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା । ଏହାପରେ ଶିବରାଜ ସିଂ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କମଳନାଥ ବର୍ତ୍ତମାନ ସମୟରେ ମଧ୍ୟ ପ୍ରଦେଶ କଂଗ୍ରେସ ନେତୃତ୍ୱ ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.