ଓ୍ୱେବ୍ ସିରିଜରେ ଆସିବ ଅଧିକ ଆଡଲ୍ଟ୍ କଣ୍ଟେଣ୍ଟ୍, ଜୀ୫କୁ ମାତ୍ ଦେବା ପାଇଁ ଉଲ୍ଲୁର ସାହାଯ୍ୟ ନେଲା ଏମଏକ୍ସ୍ ପ୍ଲେୟାର
3/03/2020 at 8:27 PM

ନୂଆଦିଲ୍ଲୀ ମାର୍ଚ୍ଚ ୦୩: ଓଟିଟି ପ୍ଲାଟଫର୍ମ ଜି୫ ଦେଶର ଛୋଟ ସହରରେ ନିଜର ପରିସର ବୃଦ୍ଧି କରିବା ପାଇଁ ଏକତା କପୁରଙ୍କ ଅଲଟ୍ ବାଲାଜୀ ସହ ହାତ ମିଳାଇଛି। ଅଲଟ୍ ବାଲାଜୀର ଗନ୍ଦି ବାତ୍ ଭଳି ସିରିଜ ଜୀ୫କୁ ଅନେକ ଫାଇଦା ମଧ୍ୟ ଦେଉଛି। ଏହି ନୂଆ ମୋର୍ଚ୍ଚାର ମୁକାବିଲା ପାଇଁ ଏମଏକ୍ସ ପ୍ଲେୟାର ଏବେ ଇଲ୍ଲୁ ଆପର ଆଡଲ୍ଟ୍ କଣ୍ଟେଂଟର ସାହାରା ନେଇଛି।

ଦେଶରେ ଉପଲବ୍ଧ ଓଟିଟି ଭିଡିଓ ଷ୍ଟ୍ରିମିଂ ସେବାକୁ ନେଇ ଜୀ୫ ଓ ଏମଏକ୍ସ ପ୍ଲେୟାର ମଧ୍ୟରେ କଡା ମୁକାବିଲା ହେଉଛି। ନେଟଫ୍ଲିକସ୍, ପ୍ରାଇମ୍ ଭିଡିଓ ଓ ହଟଷ୍ଟାର୍ ପରେ ୪ ନମ୍ବରରେ ସୋନୀ ଲିଭ୍ ଆସିଥାଏ। କିନ୍ତୁ ୫ ନମ୍ବର ପୋଜିସନ ପାଇବା ପାଇଁ କଡା ଟକ୍କର ଦେଖିବାକୁ ମିଳିଛି।
ଓଟିଟିର ଆଗାମୀ ଲଢେଇ ଦୁଇଟି ଦୂରସଞ୍ଚାର ସେବା ପ୍ରଦାନ କରୁଥିବା କମ୍ପାନୀ ମଧ୍ୟରେ ହେବ। ଏମଏକ୍ସ ପ୍ଲେୟାର ପୂର୍ବରୁ କେବଳ ଗୋଟିଏ ଭିଡିଓ ପ୍ଲେୟାର ଭାବେ କାମ କରୁଥିଲା। ପରେ ଏହା ନିଜର ଅରିଜିନାଲ ଫିଲ୍ମ ଓ ଓ୍ୱେବ ସିରିଜ ଆମ୍ଭ କରିଥିଲା। ଉଲ୍ଲୁ ଆରମ୍ଭରୁ ଆଡଲ୍ଟ କଣ୍ଟେଣ୍ଟ୍ ଦେଉଛି। ଏହି ଦୁଇ ପ୍ଲାଟଫର୍ମରେ ସମସ୍ତ ସିରିଜ ଫ୍ରିରେ ଉପଲବ୍ଧ ହେଉଛି।

ଉଲ୍ଲୁ ନିଜ ପ୍ଲାଟଫର୍ମରେ ସର୍ବଦା ଆଡଲ୍ଟ କଣ୍ଟେଣ୍ଟ୍ ଦେଇଥାଏ। ଏହାର ଓ୍ୱେବ ସିରିଜ୍ ମିରାସନ ଅଧିକ ଚର୍ଚ୍ଚାରେ ରହିଛି। ଯେଉଁଥିରେ ଅନୁଷ୍କା ଶ୍ରୀବାସ୍ତବଙ୍କୁ ମୁଖ୍ୟ ଚରିତ୍ର ଭାବେ ସାମିଲ କରାଯାଇଛି। ଏହା ମୁସଲିମ ପୃଷ୍ଠଭୂମିର ଏକ ପ୍ରେମକାହାଣୀ ଅଟେ।