ଏମଭିଆଇ ଚେକିଂ ଜୋରଦାର, ମଦ ପିଇ ବାଇକ ଚଳାଉଥିବାରୁ ୯ ଜଣ ଗିରଫ
25/05/2022 at 11:00 PM

ଫୁଲବାଣୀ, ୨୫/୦୫: ମଦ ପିଇ ଯୁବକମାନେ ଦ୍ରୁତ ଗତିରେ ଗାଡି ଚଳାଇବା ଫଳରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି । ଯାହାକୁ ନେଇ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ଏଵେ ସକ୍ରୀୟ ହୋଇପଡିଛି l ଏବେ ନାରାୟଣୀ ଯାତ୍ରା ଚାଲିଥିବାରୁ ମଦୁଆଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି l ଫଳରେ ବିଭିନ୍ନ ଛକ ସ୍ଥାନରେ ପ୍ରତିଦିନ ଏଵେ ଜୋରଦାର ଚେକିଂ କରାଯାଉଛି l
ବୁଧବାର ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ଚେକିଂ କରାଯାଉଛି । ମଦ ପିଇ ଡ୍ରାଇଭିଂ କରୁଥିବl ସନ୍ଦେହ କରି ଟେଷ୍ଟିଙ୍ଗ କରିବାପରେ ଚାଳକ ମଦପିଇ ଥିବା ଜଣା ପଡିବା ପରେ ପରିବହନ ବିଭାଗ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ଓ କର୍ମଚାରୀମାନେ ୯ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି l