ଦିଲ୍ଲୀ-ଡେରାଡୁନ୍ ରାଜପଥରେ ଭୟଙ୍କର ଦୁର୍ଘଟଣା, ଟ୍ରକ-କାର ଧକ୍କାରେ ଚାଲିଗଲା ୬ ଜୀବନ

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ ୧୪।୧୧: ଦିଲ୍ଲୀ-ଡେରାଡୁନ୍ ରାଜପଥରେ ଭୟଙ୍କର ସଡକ ଦୁର୍ଘଟଣା। ଚପର୍ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଏକ କାର ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି। କାରରେ ଯାତ୍ରା କରୁଥିବା ୬ଜଣ ସାଙ୍ଗ ଦିଲ୍ଲୀରୁ ହରିଦ୍ୱାର ଅଭିମୁଖେ ଯାଉଥିଲେ।

ମଙ୍ଗଳବାର ଦିନ ପ୍ରାୟ ୪ଟା ସମୟରେ ଚପର ପୋଲିସ ଷ୍ଟେସନ ଅଞ୍ଚଳ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି। ଏରିଆ ଅଧିକାରୀ ସାଦର ଏବଂ ପୋଲିସ ଷ୍ଟେସନ ଇନଚାର୍ଜ ତୁରନ୍ତ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ।

କାର ନିୟନ୍ତ୍ରଣ ବାହାରକୁ ଯାଇ ମୁଜାଫରନଗରରୁ ହରିଦ୍ୱାର ଅଭିମୁଖେ ଯାଉଥିବା ଏକ ଟ୍ରକରେ ଧକ୍କା ଦେଇଥିଲା । ଯେଉଁଥିରେ କାରରେ ଯାତ୍ରା କରୁଥିବା ସମସ୍ତ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେବା ପରେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

wp:embed {"url":"https://www.prameyanews7.com/uttarakshi-tunel-tragedy-update/","type":"wp-embed","providerNameSlug":"prameya-news-7"}
https://www.prameyanews7.com/uttarakshi-tunel-tragedy-update/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.