ନୈସର୍ଗିକ ପ୍ରେମର ପ୍ରକୃତ ମୂଲ୍ୟ ଦେଖାଇଲେ ସ୍ତ୍ରୀ, ସ୍ୱାମୀଙ୍କୁ କାନ୍ଧରେ ବୋହି ୧୫୦ କି.ମି କାଉଡ଼ି ଯାତ୍ରା

Published By : Prameya-News7 Bureau | July 19, 2025 IST

ଉତ୍ତରପ୍ରଦେଶ ୧୯/୦୭: ଚଲୋ ଭୋଲେ ବାବାକି ଦ୍ୱାରେ । ସବ ଦୁଃଖ କଟେଙ୍ଗେ ହମାରେ । କଥାଟି କେବଳ ଗୀତରେ ସୀମିଲ ଥିଲା । ହେଲେ ଏବେ ବାସ୍ତବ ଜୀବନରେ ଦେଖିବାକୁ ମିଳିଛି ଏମିତି ଘଟଣା । ତେବେ ଏଠି କେବଳ ଭାବ ଓ ଭକ୍ତିର କଥା ନୁହେଁ ବରଂ ପ୍ରକୃତ ଭଲ ପାଇବା ଦେଖିବାକୁ ମିଳିଛି । ନିଜ ସ୍ୱାମୀକୁ କାନ୍ଧରେ ବୋହି କରିଛି ତୀର୍ଥ ଯାତ୍ରା । 

ଆଉ କହୁଛି ଚାଲ ତୁମକୁ କରାଇନେବି ଗଙ୍ଗାସ୍ନାନ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୁଜାଫରନଗରରେ । ଆଉ ଏପରି ଦୃଶ୍ୟ ଦେଖିବା ପରେ ଲୋକେ ବି କହୁଛନ୍ତି ବାଃ ସଂପର୍କ ହେବ ତ ଏମିତି । ଆଶା ନାମକ ଜଣେ ମହିଳା ନିଜର ଦିବ୍ୟାଙ୍ଗ ସ୍ୱାମୀ ସଚିନଙ୍କୁ ପିଠିରେ ବସାଇ ପ୍ରାୟ ୧୫୦ କିଲୋମିଟରର କାଉଡି ଯାତ୍ରା କରିଛନ୍ତି । 

ସଚିନ, ପ୍ରତିବର୍ଷ ଶ୍ରାବଣରେ ପାଣିଭାର ନେଇ ବୋଲବମ୍ ଯାତ୍ରା କରୁଥିଲେେ । ଲଗାତାର ୧୩ ବର୍ଷ ଧରି ସେ ଏହି ବୋଲବମ୍‌ ଯାଆନ୍ତି ପାଣିଭାର ଧରି । ହେଲେ ୨୦୨୪ରେ ସ୍ପାଇନାଲ୍‌ ଅସ୍ତ୍ରୋପଚାର ପରେ ତାଙ୍କୁ ପାରାଲାଇଜ୍‌ଡ ହୋଇଯାଇଥିଲେ ସଚିନ୍ । ଧୀରେ ଧୀରେ ଚାଲିବାରେ ହୋଇଗଲେ ଅସମର୍ଥ । ଘରର ଏକମାତ୍ର ରୋଜଗାରିଆ ମଣିଷର ରୋଜଗାର ବନ୍ଦ ହୋଇଗଲା । ଦୁଇ ପୁଅକୁ ନେଇ ବହୁତ ଅଭାବ ଅନାଟନ ଭିତରେ ଚଳୁଛନ୍ତି ସଚିନ୍‌ଙ୍କ ପରିବାର । 
ତଥାପି ଆର୍ଥିକ ଅନଟନ ପରେ କମିନଥିଲା ଭୋଲେବାବାଙ୍କ ପ୍ରତି ତାଙ୍କର ଆସ୍ଥା ।  ସଚିନ ମନେ ମନେ ଚାହୁଁଥିଲେ କେମିତି ବି ହେଉ ବାବାଙ୍କ ପାଖକୁ ଯିବି ଦୁଃଖ ବଖାଣିବି । ଆଉ ସ୍ୱାମୀଙ୍କ ଏହି ଦୁଃଖ ଯାଇନଥିଲା ସ୍ତ୍ରୀଙ୍କ ଆଖିରେ । ସ୍ୱାମୀଙ୍କର ଏପରି ଅବସ୍ଥା ଦେଖି ଛିନ୍ତା କଲେ ଯେମିତି ବି ହେଉ ତାଙ୍କ ଭକ୍ତିର କରାଇବେ ବାବାଙ୍କୁ ଅବଗତ । ଶେଷରେ ସେୟା ହେଲା । ସ୍ୱାମୀଙ୍କୁ କାନ୍ଧରେ ବୋହି ହରିଦ୍ୱାରରୁ ଗଙ୍ଗାଜଳ ଭରି ନିଜ ସ୍ୱାମୀଙ୍କୁ ପିଠିରେ ବସାଇ ମୋଦିନଗର ଅଭିମୁଖେ ବାହାରିଛନ୍ତି ।

ଚାଲିଛି ଶ୍ରାବଣ । ଆସ୍ଥା ଓ ଭକ୍ତିର ମହାଯାତ୍ରା । ନିର ମାନସିକ ହେଉ ବା ମନରହ ଖୁସି । ବାବାଙ୍କୁ ଜଳଲାଲି କରିବାକୁ ଦୂର ଦୂରାନ୍ତରୁ ଯାଆନ୍ତି ଭକ୍ତ । ତେବେ ଏହି ଭାବ-ଭକ୍ତିର ଯାତ୍ରାରେ ଯୋଡିହୋଇଛନ୍ତି ସଚିନ-ଆଶା । ସଚିନ୍ ଆଶାଙ୍କ ଏପରି ଯାତ୍ରାକୁ ସଲାମ କରୁଛନ୍ତି ଲୋକେ । ଭକ୍ତି ଓ ସାହସକୁ ଦେଖି ତାଙ୍କୁ ପ୍ରଶଂସା କରୁଛନ୍ତି । 
କେହି କେହି ହାତ ଯୋଡି ସଲାମ କରି କହୁଛନ୍ତି 'କଳିଯୁଗର ଏ ପରା ରିୟଲ ସାବିତ୍ରୀ' । ଆଶା କେବଳ କାନ୍ଧରେ ବୋହି ସ୍ୱାମୀଙ୍କୁ ନେଇନାହାଁନ୍ତି ସେ ଆଶା ବି ରଖିଛନ୍ତି ଯେ, ଦେବଦେବଙ୍କ କୃପାରୁ ମୋ ସ୍ୱାମୀ ପୁଣିଥରେ  ହୋଇ ନିଜ ପାଦରେ ଚାଲିବେ । ତେବେ ଏହି କଠିନ ଯାତ୍ରାରେ ଦମ୍ପତିଙ୍କ ସହିତ ତାଙ୍କର ଦୁଇଟି ଛୋଟ ପିଲା ମଧ୍ୟ ଅଛନ୍ତି । ସେମାନେ ମଧ୍ୟ ଆଶାଙ୍କର ଏହି ତ୍ୟାଗ ଏବଂ ଭଲପାଇବାର ସାକ୍ଷୀ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.