ମୁଜଫରନଗର ଚାପୁଡ଼ା ମାରିବା ଘଟଣା: ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ, ମାମଲାର ଯାଞ୍ଚ IPS ଅଫିସରଙ୍କ ଦ୍ୱାରା କରାଅ

Published By : Prameya-News7 Bureau | May 12, 2024 IST

ନୂଆଦିଲ୍ଲୀ ୧୨।୫: ସୁପ୍ରିମକୋର୍ଟ ଶିକ୍ଷୟତ୍ରୀଙ୍କ ନିର୍ଦ୍ଦେଶରେ ସହପାଠୀଙ୍କ ଦ୍ୱାରା ଜଣେ ଛାତ୍ରଙ୍କୁ କଥିତ ରୂପେ ଚଟକଣୀ ମାରିବା ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦା କରିଛନ୍ତି। କହିଛନ୍ତି ଯେଉଁ ଘଟଣା ଘଟିଛି ଏହା ରାଜ୍ୟର ଅନ୍ତରାତ୍ମାକୁ ଦୋହଲାଇ ଦେଇଛି। ଏଣୁ ମାମଲାର ତଦନ୍ତ ନିମନ୍ତେ  ରାଜ୍ୟ ସରକାର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତି କରନ୍ତୁ।   

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅଭୟଏସ.ଓକା ଓ ଜଷ୍ଟିସ୍ ଉଜ୍ଜଲ ଭୂୟାଁଙ୍କ ପୀଠ ଆଇପିଏସ ଅଧିକାରୀଙ୍କୁ ଶୀର୍ଷ ନ୍ୟାୟାଳୟରେ ଏକ ରିପୋର୍ଟ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେବା ସହ ରାଜ୍ୟସରକାରଙ୍କୁ କହିଛନ୍ତି ଯେ ପୀଡ଼ିତ ଓ ମାମଲାରେ ସାମିଲ ଅନ୍ୟ ଛାତ୍ରଙ୍କୁ ପେଷାଦାର ପରାମର୍ଶଦାତାଙ୍କ ଦ୍ୱାରା କାଉନସେଲିଂ କରାନ୍ତୁା।

ପୀଠ କହିଛନ୍ତି ଯେ ଏହା ସ୍ପଷ୍ଟ ରୂପେ  ଶିକ୍ଷା ଅଧିକାର ଅଧିନିୟମର ପ୍ରାବଧାନ ପାଳନ କରିବାରେ ୟୁପି ସରକାରଙ୍କ ବିଫଳତାକୁ ପ୍ରମାଣିତ କରୁଛି। ଯେଉଁଥିରେ ଜାତି,ଧର୍ମ ଓ ଲିଙ୍ଗ ଆଧାରରେ କୌଣସି ଭେଦଭାବ ବିନା ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ବାଧ୍ୟତାମୂଳ, ନିଶୁଳ୍କ, ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରାଯାଇଛି। ଯଦି କୌଣସି ଛାତ୍ରଙ୍କୁ କେବଳ ଏହି ଆଧାରରେ ଦଣ୍ଡିତ କରାଯାଏ ଯେ ସେ ଅଲଗା ଧର୍ମର ଏଥରୁ ସେଠାରେ କୌଣସି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉ ନଥିବା ପ୍ରମାଣିତ ହେଉଛି। 

ଏଣୁ କୋର୍ଟ ରାଜ୍ୟ ସରକାରଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛନ୍ତି ଯେ ପେଷାଦାର ପରାମର୍ଶଦାତାଙ୍କ ଦ୍ୱାରା ପୀଡ଼ିତ ଛାତ୍ରଙ୍କୁ କାଉନସେଲିଂ କରାଯାଉ। ଏହା ସହିତ ସେହି ଛାତ୍ରମାନଙ୍କୁ ମଧ୍ୟ ଉଚିତ କାଉନସେଲିଂ କରାଯାଉ ଯେଉଁମାନଙ୍କୁ ପିଲାକୁ ମାରିବାକୁ କୁହାଯାଇଥିଲା। ଏହି ଘଟଣାକୁ ‘ଗୁରୁତର’ ବୋଲି କହି ରାଜ୍ୟ ସରକାରଙ୍କୁ ସାରା ରାଜ୍ୟର ସ୍କୁଲମାନଙ୍କରେ ଆରଟିଆଇ ଆଇନ ଲାଗୁ କରିବା ପାଇଁ ୪ ସପ୍ତାହ ମଧ୍ୟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। 

ଏହା ସହିତ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଏହା ମଧ୍ୟ କହିଛନ୍ତି ଯେ ଘଟଣାର ତଦନ୍ତ ନିମନ୍ତେ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତ କରନ୍ତୁ। ଏହା ପରେ ନିଯୁକ୍ତ ଅଧିକାରୀ କୋର୍ଟରେ ରିପୋର୍ଟ ଦାଖଲ କରିବେ। ଉଲ୍ଲେଖଯୋଗ୍ୟ ଯେ ଖୁବାପୁର ଗାଁର ସ୍କୁଲ ଶିକ୍ଷୟତ୍ରୀ ପାଞ୍ଚକ ପଣିକିଆ ବୋଲି ନ ପାରିବାରୁ ଅଗଷ୍ଟ ୨୪ ତାରିଖ ଦିନ ସଂଖ୍ୟାଲଘୁ ସମ୍ପ୍ରଦାୟର ୟୁକେଜି ଛାତ୍ରକୁ ସହପାଠୀଙ୍କ ଦ୍ୱାରା ମାଡ ମରାଇଥିଲେ। ଘଟଣାକାଳରେ ପୀଡ଼ିତ ଛାତ୍ରର କକା ପୁଅ ଭାଇ ମୋବାଇଲରେ ଭିଡିଓ କରିଦେଇଥିଲା। ଭିଡିଓ ଭାଇରାଲ ହେବା ପରେ ସାରା ଦେଶରୁ ପ୍ରତିକ୍ରିୟା ଆସିବାରେ ଲାଗିଥିଲା। ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.