ଚାଲିଗଲା ଜୀବନ, ତଥାପି ହାରିନଥିଲା ମମତା: ମାଟିତଳୁ ଉଦ୍ଧାର ହେଲା ପୁଅର ହାତ ଧରି ଥିବା ମାଆର ମୃତଦେହ

Published By : Prameya-News7 Bureau | October 18, 2021 IST

କେରଳ ୧୮/୧୦: ଅକ୍ଟୋବର ୧୭ ରବିବାର । କେରଳ ପାଇଁ ଥିଲା ଅଶୁଭର ଦିନ । କାରଣ ଏଠାରେ ବର୍ଷା ବିତ୍ପାତ ହେତୁ ଚାଲିଯାଇଛି ଅନେକ ନୀରିହ ଜୀବନ । ଇଡୁକି ଜିଲ୍ଲାର ବିଭିନ୍ନ ଗ୍ରାମରେ ଘଟିଛି ମୃତ୍ୟୁର ବିଭୀଷିକା । କୋକକାୟର ଗ୍ରାମରେ ଭୂସ୍ଖଳନରେ ପୋତି ହୋଇଯାଇଥିବା ଲୋକଙ୍କୁ ଖୋଜି ବାହାର କରୁଛନ୍ତି ଉଦ୍ଧାରକାରୀ ଦଳ । କେଉଁଠି କିଏ ମାଟିତଳେ ରହିଯାଇଥିବ ସେଇ ଏହି ଆଶାରେ ଉଦ୍ଧାରକାରୀ ଦଳର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ତେବେ ଏହି ଉଦ୍ଧାର ସମୟରେ ସାମ୍ନାକୁ ଆସିଥିଲା ଏକ ହୃଦୟସ୍ପର୍ଶୀ ଘଟଣା । ଯାହାକୁ ବର୍ଣ୍ଣନା କରିବା ଥିଲା ବେଶ ହୃଦୟସ୍ପର୍ଶୀ । ବର୍ଷା ମଧ୍ୟରେ ଆବର୍ଜନା ଖୋଳିବା ପରେ ସେମାନେ ଉଦ୍ଧାର ହୋଇଥିଲା ତିନି ଶିଶୁଙ୍କ ମୃତଦେହ । ତେବେ ଏହି ୩ ମୃତଦେହ ନଥିଲା ବରଂ ତିନିଜଣ ଭାଇଉଉଣୀ ପରସ୍ପରକୁ ଆଲିଙ୍ଗନ କରିଥିବାର ଦେଖିବାକୁ ମିଳିଥିଲା । ତା ପୁଣି ମୃତ୍ୟୁ ପରେ ।

ସେହିଭଳି ଉଦ୍ଧାରକାରୀ ଦଳ ଅବଶିଷ୍ଟ ମୃତଦେହ ଖୋଜିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ସେମାନଙ୍କ ହାତରେ ଲାଗିଥିଲା ଆଉ ୨ ମୃତଦେହ । ତା ପୁଣି ଦୁଇ ମାଆ ପୁଅ । ତେବେ ଦୃଶ୍ୟଟି ବେଶ୍ ହୃଦୟ ବିଦାରକ । ଯାହାକୁ ଦେଖିଲେ ଦକେଇ ଆସୁଥିଲେ ଆଖି । ଉଭୟ ମା ଏବଂ ପୁଅ ପରସ୍ପରକୁ ଆଲିଙ୍ଗନ କରି ଜୀବନ ହାରିଥିବା ଦେଖିଥିବା ନଜର ଆସିଥିଲା । ଏହାସହ ତାଙ୍କ ନିକଟରୁ ଆଉ ଏକ ଛୁଆର ବି ମୃତଦେହ ପଡିଥିଲା । ତା ଥିଲା ଛୋଟ ଶିଶୁର ।

ମୃତକମାନେ ହେଲେ ଫୌଜିଆ ଓ ତାଙ୍କର ଦୁଇ ପିଲା ଆମନା ଓ ଆମେନ୍ । ମାର ବୟସ ୨୮ ବର୍ଷ ହୋଇଥିବା ବେଳେ ପୁଅର ବୟସ ୧୦ ବର୍ଷ ହେବ । ସେହି ସମୟରେ ଉଦ୍ଧାର କାର୍ଯ୍ୟ ଦେଖିବାକୁ ଆସିଥିବା କିଛି ଲୋକଙ୍କ ମଧ୍ୟରୁ କଞ୍ଜୀରାପାଲିର ସିଆଦ ହଠାତ୍ ଅସ୍ଥିରତା ଅନୁଭବ କରିବା ସହ ଖୁବ ଜୋରରେ କାନ୍ଦିବାକୁ ଲାଗିଥିଲେ । ଯାହାକୁ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ ।

କାରଣ ଥିଲା ମୃତ ମାଆ ପୁଅ ହେଉଛନ୍ତି ବାସ୍ତବରେ ସିଆଦଙ୍କ ପତ୍ନୀ ଏବଂ ପୁଅ, ଝିଅ । ସେହିଭଳି ଉଦ୍ଧାର ହୋଇଥିବା ଅନ୍ୟ ୩ ଛୁଆ ହେଉଛନ୍ତି ମୃତ ସିଆଦଙ୍କ ପତ୍ନୀଙ୍କ ଭାଇର ପିଲାମାନେ । ସୂଚନା ଅନୁଯାୟୀ, ମୃତ ଫୌଜିଆ ଏବଂ ତାଙ୍କ ପିଲାମାନେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ଇଡୁକିରେ ଥିବା ତାଙ୍କ ପୈତୃକ ଘରକୁ ଆସିଥିଲେ । ଭୂସ୍ଖଳନ ହେବାର କିଛି ସମୟ ପୂର୍ବରୁ ସେମାନଙ୍କ ଘର ଦବି ଯାଇଥିଲା । ହେଲେ ହାରମାନିନଥିଲେ ଫୌଜିଆ ।

ସମସ୍ତଙ୍କ ଜୀବନ ବଞ୍ଚାଇବାକୁ କରିଥିଲେ ଚେଷ୍ଟା । ଏମିତିକି ପ୍ରବଳ ବର୍ଷା ମଧ୍ୟରେ ସେମାନଙ୍କ ଘର କମ୍ପାଉଣ୍ଡରୁ ପ୍ରବାହିତ ବର୍ଷା ଜଳର ଏକ ଭିଡିଓ ସୁଟିଂ କରି ହ୍ୱାଟସ ଆପରେ ସମ୍ପର୍କୀୟଙ୍କ ନିକଟକୁ ପଠାଇଥିଲେ ବୋଲି ମନୋରାମା ରିପୋର୍ଟ ଦାବି କରିଛି । ଉଦ୍ଧାର ସମସ୍ତ ମୃତଦେହକୁ କୋଟାୟାମର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ୨୦୧୮, ୨୦୧୯ ଭୂସ୍ଖଳନରେ ଏମିତି ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା ।

ଯାହାକି ଥିଲା ବେଶ୍ ଯନ୍ତ୍ରଣାଦାୟକ । ୨୦୧୮ରେ ଯେଉଁଠାରେ ମା ଏବଂ ଶିଶୁ ପରସ୍ପରକୁ ଧରିଥିବାର ମୃତେଦହ ଦେଖିବାକୁ ମିଳିଥିଲା । ସେହିଭଳି ୨୦୧୯ ରେ, ମାଲାପୁରାମରେ ଭୂସ୍ଖଳନର ଆବର୍ଜନା ତଳେ ଜଣେ ମା’ ଓ ଶିଶୁର ମୃତେଦହ ଉଦ୍ଧାର ହୋଇଥିଲା । ଯେଉଁଥିରେ ଶିଶୁଟିର ହାତ ଧରିଥିବା ନଜର ଆସିଥିଲେ ମାଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.